ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍ର ନିଷିଦ୍ଧାଞ୍ଚଳରେ ପ୍ରବେଶ କଲେ ୩ ଜଣ ଓଡ଼ିଆ ଅଭିନେତ୍ରୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ। ସେଠାରେ ସେମାନେ ନାଚ, ଗୀତ କରୁଥିବାର ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଚେତିଛି ପୁଲିସ୍। ନିଷିଦ୍ଧାଞ୍ଚଳକୁ ସେମାନେ ଗାଡ଼ି ନେଇ କିପରି ପ୍ରବେଶ କଲେ ଓ ଭିଡିଓ କଲେ ତାହାର ଖୋଳତାଡ଼ ଆରମ୍ଭ ହୋଇଛି।
ଏହି ଘଟଣା ପ୍ରଘଟ ହେବା ପରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ହୀରାକୁଦ ଏସ୍ଡିପିଓଙ୍କୁ ସମ୍ୱଲପୁର ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି। କିଛି ଦିନ ପୂର୍ବେ ସୁଟ୍ ହୋଇଥିବା ଏହି ଭିଡିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ,ଲୋଭିନା ନାୟକଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଲି ଦାସଙ୍କୁ ଦେଖିବାକୁ ମିଳିଛି। ନିଷିଦ୍ଧାଞ୍ଚଳରେ କେତୋଟି କାର୍ ମଧ୍ୟ ଛିଡ଼ା ହୋଇଥିବା ଭାଇରାଲ ଭିଡିଓରେ ଦେଖାଯାଉଛି । ତେବେ କାହା ଅନୁମତିରେ ସେମାନେ ସେଠାକୁ ଗଲେ ଓ ଫଟୋ ଉଠାଇବାକୁ କିଏ ଅନୁମତି ଦେଲା ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ଏସ୍ପି କହିଛନ୍ତି।
from Odisha Reporter https://ift.tt/2EidPEy
No comments:
Post a Comment