ନୂଆଦିଲ୍ଲୀ: ମହାରାଷ୍ଟ୍ରର ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ରାଜ୍ୟରେ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହେବା ପଛର କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ। ସେ କହିଛନ୍ତି, କେନ୍ଦ୍ର ମହାରାଷ୍ଟ୍ରକୁ ୪୦ ହଜାର କୋଟି ଟଙ୍କା ଦେଇଥିଲା। ହେଲେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଆସିଲେ ଏହି ଟଙ୍କା ଦୂରୁପଯୋଗ ହେବାର ସମ୍ଭାବନା ଅଧିକ ଥିଲା। ତେଣୁ ଏହି ଟଙ୍କା ଠିକଣା ଜାଗାରେ ପହଞ୍ଚାଇବାକୁ ଯାଇ ଫଡନାବିସ ଏଭଳି ନାଟକ କରିଥିଲେ ବୋଲି ହେଗଡେ କହିଛନ୍ତି।
ନିର୍ବାଚନ ଫଳାଫଳ ପରେ ଯେଉଁ ସ୍ଥିତି ଉପୁଜିଲା ବିଜେପି ଜାଣିଥିଲା ଏଠି ସରକାର ଗଢ଼ି ହେବ ନାହିଁ। ହେଲେ କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ଏହି ତିନି ଦଳି ମିଳି ମିଶି ଖାଇଦେବେ ବୋଲି ଆଶଙ୍କା କରିଥିଲେ ଫଡନାବିସ। ସେଥିପାଇଁ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ସେହି ୪୦ ହଜାର କୋଟି ଟଙ୍କାକୁ କେନ୍ଦ୍ରକୁ ଫଡନାବିସ ଫେରାଇ ଦେଇଥିଲେ ବୋଲି ହେଗଡେ କହିଛନ୍ତି।
ସୂଚନାଯୋଗ୍ୟ, ନଭେମ୍ୱର ୨୨ରେ ମହା ବିକାଶ ଅଘାଡି ମେଣ୍ଟ ସରକାର ଗଢ଼ିବ ବୋଲି ଘୋଷଣା କରିଥିଲା। ଏହାପରେ ସକାଳୁ ସକାଳୁ ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ବିଜେପି ସରକାର ଗଢ଼ିଥିଲା। ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବେଳେ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ହେଲେ ବିଧାନସଭାରେ ଆସ୍ଥା ଭୋଟ ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେବା ପରେ ଫଡନାବିସ ଓ ଅଜିତ ପାଓ୍ୱାର ଉଭୟ ନିଜ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।
from Odisha Reporter https://ift.tt/2q9xQJZ
No comments:
Post a Comment