ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ମିସାଇଲ୍ ଖଞ୍ଜିଲା ଗାଜା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 25, 2019

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ମିସାଇଲ୍ ଖଞ୍ଜିଲା ଗାଜା!

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବୁଧବାର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ନିର୍ବାଚନ ପାଇଁ ଏଶକେଲନରେ ପ୍ରଚାର କରୁଥିବା ବେଳେ ଗାଜା ପକ୍ଷରୁ ଏକ ମିସାଇଲ୍ ତାଙ୍କୁ ଲକ୍ଷ୍ୟ କରି ଛଡ଼ା ଯାଇଥିଲା। ଏ ନେଇ ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କୁ ତାଙ୍କ ସୁରକ୍ଷାକର୍ମୀ ସଙ୍ଗେସଙ୍ଗେ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ଏହାପରେ ତାଙ୍କୁ ଏକ ବଙ୍କର ଗାର୍ଡି ଭିତରେ ରଖିଥିଲେ।

 

ଖବର ସରବରାହ ସଂସ୍ଥା ରୟଟର୍ସ ଅନୁଯାୟୀ, ଗାଜା ପଟୁ ଛଡ଼ାଯାଇଥିବା ମିସାଇଲର ଟାର୍ଗେଟ ଏଶ୍କେଲନ ସହର ଥିଲା। ଏହି ସହର ଫିଲିସ୍ତାନୀରୁ ମାତ୍ର ୧୨ କିଲୋମିଟର ଦୂରରେ ରହିଛି। ତେବେ ଇସ୍ରାଏଲର ଆୟରନ ଡୋମ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ଗାଜାର ମିସାଇଲକୁ ରୋକିବାରେ ସଫଳ ହୋଇଛି। ଗାଜାର ମିସାଇଲଟି ଇସ୍ରାଏଲର ଆଇରନ ଡୋମ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ସହ ଧକ୍କା ହେବା ପରେ ନିସ୍କ୍ରିୟ ହୋଇଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ରହିଛି।

ତେବେ ଏହି ମିସାଇଲ ଗାଜା ପକ୍ଷରୁ ଛଡ଼ା ଯାଇଥିଲା କି ନାହିଁ ସେ ନେଇ ସ୍ପଷ୍ଟ ହୋଇନାହିଁ। ଗାଜା ଏବେ ହମାସ ଇସ୍ଲାମିଷ୍ଟର ଅଧୀନରେ ରହିଛି। ଇସ୍ଲାମିଷ୍ଟର ସହିତ ଇସ୍ରାଏଲ ପରସ୍ପରର ଶତ୍ରୁ। ଇସ୍ରାଏଲ ଉପରେ ଇସ୍ଲାମିଷ୍ଟର ବାରମ୍ୱାର ମିସାଇଲ୍ ମାଡ଼ କରୁଥିବାର ପୂର୍ବରୁ ପ୍ରମାଣ ରହିଛି।

ସୂଚନାଯୋଗ୍ୟ, ସେପ୍ଚେମ୍ୱରରେ ମଧ୍ୟ ବେଞ୍ଜାମିନ ଏଭଳି ଏକ ସାର୍ବଜନୀନ ସଭା କରୁଥିବା ବେଳେ ମିସାଇଲ ଆକ୍ରମଣର ଆଶଙ୍କା ଦେଖି ତାଙ୍କୁ ସୁରକ୍ଷାକର୍ମୀମାନେ ହଠାତ୍ ଏକ ବଙ୍କର ଭିତରକୁ ନେଇଯାଇଥିଲେ।



from Odisha Reporter https://ift.tt/35ZDoqb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages