୫୦୦ ମିଟର ତଳକୁ ଖସିଲା ବସ୍, ୧୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 14, 2019

୫୦୦ ମିଟର ତଳକୁ ଖସିଲା ବସ୍, ୧୩ ମୃତ

କାଠମାଣ୍ଡୁ: ୪୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ନେପାଳର ସିନ୍ଧୁପଲଚୋକ ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାର ଶିକାର ହୋଇଛି। ଆଜି ସକାଳେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ୧୮ ଜଣ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି।

ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ ବସ୍ ନମ୍ୱର Ba 4 Kha 4468 ଡୋଲଖା ଜିଲ୍ଲାର କଲିନଚୌକରୁ ଭକ୍ତପୁର ଯାଉଥିଲା। ବସଟି ପାହାଡିଆ ରାସ୍ତା ଦେଇ ଯାଉଥିଲା। ହେଲେ ତୀର୍ଥଯାତ୍ରୀ ବସଟି ଭାରସାମ୍ୟ ହରାଇବାରୁ ୫୦୦ ମିଟର ତଳକୁ ଖସି ପଡ଼ିଥିଲା। ୧୩ ମୃତକଙ୍କ ମଧ୍ୟରୁ ୮ ଜଣ ପୁରୁଷ ଥିବା ବେଲେ ୩ ଜଣ ମହିଳା ଏବଂ ଜଣେ ପୁଅ ଓ ଝିଅ ରହିଛନ୍ତି। ତେବେ ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ ସୂଚନା ଦେଇଛି। କଲିନଚୌକରେ ଥିବା ଭଗବତୀ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଗତମାସରେ ମଧ୍ୟ ସମାନ ଦୁର୍ଘଟଣା ଘଟିଥିଲା। ନେପାଳର ଅର୍ଘଖାଞ୍ଚି ଜିଲ୍ଲାର ସନ୍ଧିଖାର୍କରେ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସି ପଡ଼ିଥିଲା ଯାତ୍ରୀବାହୀ ବସ୍। ୧୮ ଜଣ ଯାତ୍ରୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।

ପାହାଡର ୨୪୦ ମିଟର ଉଚ୍ଚରେ ବସଟି ଯାଉଥିଲା। ରାସ୍ତା ଅଣଓସାରିଆ ଥିଲା। ବସଟି ୟୁଟର୍ଣ୍ଣ ନେବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା।



from Odisha Reporter https://ift.tt/2LVUU6W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages