ଆମ୍ ଆଦମୀ ପାର୍ଟିର ନିର୍ବାଚନ ରଣନୀତି ସମ୍ଭାଳିବେ ପ୍ରଶାନ୍ତ କିଶୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 13, 2019

ଆମ୍ ଆଦମୀ ପାର୍ଟିର ନିର୍ବାଚନ ରଣନୀତି ସମ୍ଭାଳିବେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଆସନ୍ତାବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ରହିଛି। ରାଜନୀତିକ ରଣନୀତି ପ୍ରସ୍ତୁତ କରିବା ପାଇଁ ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ଜଣାଶୁଣା ନିର୍ବାଚନ ରଣନୀତି ବିଶେଷଜ୍ଞ  ପ୍ରଶାନ୍ତ କିଶୋରଙ୍କ ଇଣ୍ଡିଆନ ପିଏସିକୁ ଦାୟିତ୍ୱ ଦେଇଛି। ଏ ନେଇ ଦଳର ଆବାହକ ତଥା ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି।

୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପିର ପ୍ରଚାର ଦାୟିତ୍ୱ ନେଇଥିଲେ ପ୍ରଶାନ୍ତ କିଶୋର। ଏହି ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିଲା। ୨୦୧୫ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ୨୦୧୭ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପାଇଁ ପ୍ରଚାର କରି ଜେଡିୟୁ ଓ କଂଗ୍ରେସକୁ ବିଜୟୀ କରାଇଥିଲେ ପ୍ରଶାନ୍ତ କିଶୋର।

ନିକଟରେ ଆନ୍ଧ୍ର ପ୍ରଦେଶର ଓ୍ୱାଇଏସଆର କଂଗ୍ରେସର ପ୍ରଚାର ଦାୟିତ୍ୱ ନେଇ ବିଧାନସଭା ନିର୍ବାଚନରେ ବିଜୟୀ କରାଇଥିଲେ ପ୍ରଶାନ୍ତ କିଶୋର। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଶିବସେନାର ପ୍ରଚାର ଦାୟିତ୍ୱ ପ୍ରଶାନ୍ତ କିଶୋର ନେଇଥିଲେ। ତେବେ ୨୦୧୭ରେ ଉତ୍ତର ପ୍ରଦେଶ ନିର୍ବାଚନ ବେଳେ କଂଗ୍ରେସର ପ୍ରଚାର ଦାୟିତ୍ୱ ନେଇଥିଲେ ପ୍ରଶାନ୍ତ କିଶୋର। ହେଲେ ଏଠାରେ ବିଜେପିର ଚାଣକ୍ୟ ଅମିତ ଶାହଙ୍କ ରଣନୀତି ଆଗରେ ପ୍ରଶାନ୍ତଙ୍କ ରଣନୀତି କାମ କରିନଥିଲା।

କିଶୋର ଏବେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସହ କାମ କରୁଛନ୍ତି। ପଶ୍ଚିମଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଶାନ୍ତଙ୍କ ଉପରେ ସମସ୍ତ ଦାୟିତ୍ୱ ଦେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ସେହିପରି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଡିଏମକେ ପ୍ରଶାନ୍ତଙ୍କୁ ନିର୍ବାଚନ ରଣନୀତି ଦାୟିତ୍ୱ ଦେବ ବୋଲି ସୂଚନା ରହିଛି।



from Odisha Reporter https://ift.tt/36AIEAx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages