‘କୁକୁର କାମୁଡ଼ା ଇଞ୍ଜେକସନ ମିଳୁନି, ଛୁଆକୁ ଧରି କୁଆଡ଼େ ଯିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 13, 2019

‘କୁକୁର କାମୁଡ଼ା ଇଞ୍ଜେକସନ ମିଳୁନି, ଛୁଆକୁ ଧରି କୁଆଡ଼େ ଯିବି’

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): “ମୋ’ ଛୁଆକୁ କୁକୁର କାମୁଡ଼ିଛି। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଇଞ୍ଜେକସନ ଦେବାକୁ ରାଉରକେଲା ସରକାରୀ ହସ୍ପିଟାଲ ଆଣିଥିଲି। ହେଲେ ଏଠାରେ ଇଞ୍ଜେକସନ ମିଳୁନି। ବାହାରେ ବି ମିଳୁନି। କେବେ ଆସିବ ସେ ନେଇ ଡାକ୍ତର କିଛି କହୁ ନାହାନ୍ତି। ପଚାରିଲେ, ଇଞ୍ଜେକସନ ନାହିଁ, ଯାହା ଇଚ୍ଛା କର ବୋଲି କହୁଛନ୍ତି । ଏପରି ସ୍ଥିତିରେ ଛୋଟ ଛୁଆକୁ ଧରି କେଉଁଆଡ଼େ ଯିବି” ।

ନିଜ ଛୁଆ ନିମନ୍ତେ କୁକୁର କାମୁଡ଼ା ଇଞ୍ଜେକସନ ଯୋଗାଡ଼ କରି ନ ପାରି କୋହ ଭରା କଣ୍ଠରେ ଏପରି କହିଛନ୍ତି ଜଣେ ମହିଳା।  କେବଳ ଜଣେ ନୁହେଁ, ଦିନକୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ କୁକୁର କାମୁଡ଼ା ରୋଗୀ ରାଉରକେଲା ସରକାରୀ ହସ୍ପିଟାଲ ଆସୁଥିବା ବେଳେ ଏପରି ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ହେଲେ ମେଡିକାଲ ସୁପରଣ୍ଟେଣ୍ଡେଣ୍ଟ ଏହାକୁ ଖାମଖିଆଲି ଭାବେ ନେଇ ଯାହାକୁ କହିବାକୁ ଚାହୁଁଛ, କୁହ ବୋଲି କହୁଛନ୍ତି।

ଏଥିରେ ଅତିଷ୍ଠ ହୋଇ ଆଜି ବହୁ ସଂଖ୍ୟାରେ କୁକୁର କାମୁଡ଼ା ରୋଗୀ ଓ ସମ୍ପର୍କୀୟ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଛନ୍ତି।  ତୁରନ୍ତ ଏହାର ସମାଧାନ କରିବାକୁ ଦାବି କରିଛନ୍ତି । ତେବେ ଇଞ୍ଜେକସନ ନ ଥିବାରୁ ବିଭାଗୀୟ ଡାକ୍ତର ମଧ୍ୟ ଅସହାୟତା ପ୍ରକାଶ କରିଛନ୍ତି। ଆଗରୁ କିଛି କିଛି ଇଞ୍ଜେକସନ ମିଳୁଥିବା ବେଳେ ପ୍ରାୟ ୧୦ ଦିନ ହେବ ତାହା ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ଫଳରେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। 

ସରକାର ସ୍ୱାସ୍ଥ୍ୟସେବାକୁ 5T ଅଧୀନରେ ସାମିଲ କରିଥିବା ବେଳେ ରୋଗୀ ପ୍ରକୃତରେ କିପରି ସ୍ୱାସ୍ଥ୍ୟସେବା ପାଉଛନ୍ତି ତାହା ଏଠାରେ ଦେଖିବାକୁ ମିଳୁଛି। ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ମେଡିକାଲ ଅଫିସରଙ୍କ ମନ୍ତବ୍ୟ କଟା ଘା’ରେ ଚୁନ ମାରିବା ସଦୃଶ ହେଉଛି।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏନେଇ ରାଉରକେଲା ସରକାରୀ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଦିନବନ୍ଧୁ ପଣ୍ଡାଙ୍କୁ ପଚାରିବାରୁ, ସରକାରୀ ଭାବେ କୁକୁର କାମୁଡ଼ା ଇଞ୍ଜେକସନର ଯୋଗାଣ ସମ୍ପୂର୍ଣ୍ଣ ରୂପେ ଏବେ ବନ୍ଦ ରହିଛି। ଏହା କେବେ ଆସିବ ସେ ସମ୍ପର୍କରେ ମଧ୍ୟ କିଛି ସଠିକ୍‌ ସୂଚନା ମିଳିନାହିଁ।



from Odisha Reporter https://ift.tt/2EettAH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages