ସିଏଏକୁ ନେଇ ଆସିଲା ସର୍ଭେ ରିପୋର୍ଟ, ବିରୋଧୀଙ୍କ ଏଜେଣ୍ଡାକୁ ଶକ୍ତ ଧକ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 21, 2019

ସିଏଏକୁ ନେଇ ଆସିଲା ସର୍ଭେ ରିପୋର୍ଟ, ବିରୋଧୀଙ୍କ ଏଜେଣ୍ଡାକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି। ଏହାରି ଭିତରେ ଏହି ସିଏଏ ଆଇନକୁ ନେଇ ଏକ ସର୍ଭେ ହୋଇଛି। ଆଇଏଏନଏସ-ସି ଭୋଟର ଏହି ସର୍ଭେ କରିଛି। ଯେଉଁଥିରେ ସରକାରଙ୍କ ସପକ୍ଷରେ ଲୋକଙ୍କ ମତ ରହିଥିବା ଦେଖିବାକୁ ମିଳିଛି। ତେବେ ବିରୋଧୀ ଯେଉଁଭଳି ଭାବରେ ଆଇନକୁ ବିରୋଧ କରି ପଲ୍ଲୀରୁ ଦିଲ୍ଲୀ ଆନ୍ଦୋଳନ କରୁଥିଲେ ତା’ର ପ୍ରଭାବ ସେତେଟା ଲୋକଙ୍କ ଉପରେ ପଡ଼ିନଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ୬୨ ପ୍ରତିଶତ ଲୋକ ଏହି ସିଏଏକୁ ସମର୍ଥନ କରିଛନ୍ତି। ତେବେ ଆସାମର ୬୮ ପ୍ରତିଶତ ଲୋକ ଏହି ଆଇନକୁ ବିରୋଧ କରୁଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

ସାରା ଦେଶରେ ୧୭ରୁ ୧୯ ଡିସେମ୍ୱର ମଧ୍ୟରେ ତିନି ହଜାର ଲୋକଙ୍କୁ ନେଇ ଏହି ସର୍ଭେ ହୋଇଥିଲା। ଯେଉଁଥିରୁ ଏହି ମତ ପ୍ରକାଶ ପାଇଛି। ଏହି ତିନି ହଜାର ଲୋକଙ୍କ ମଧ୍ୟରୁ ୫୦୦ ଲୋକ ଆସାମରୁ ଥିଲେ ଏବଂ ମୁସଲିମଙ୍କୁ ମଧ୍ୟ ଏହି ସର୍ଭେରେ ଗୁରୁତ୍ୱ ଦିଆଯାଇଛି।

୬୨.୧ ପ୍ରତିଶତ ଲୋକ ସିଏଏକୁ ସମର୍ଥନ କରୁଥିବା ବେଳେ ୩୬.୮ ପ୍ରତିଶତ ଲୋକ ସିଏଏକୁ ବିରୋଧ କରୁଛନ୍ତି। ରିପୋର୍ଟରେ ପୂର୍ବରେ ୫୭.୩, ପଶ୍ଚିମରେ ୬୪.୨, ଉତ୍ତରରେ ୬୭.୭ ଏବଂ ଏବଂ ଦକ୍ଷିଣରେ ୫୮.୫ ପ୍ରତିଶତ ସମର୍ଥନ କରିଛନ୍ତି। ସେହିପରି ପୂର୍ବରେ ୪୨.୭ ପ୍ରତିଶତ, ପଶ୍ଚିମରେ ୩୫.୪, ଉତ୍ତରରେ ୩୧.୨ ଏବଂ ଦକ୍ଷିଣରେ ୩୮.୮ ପ୍ରତିଶତ ଲୋକ ଏହି ଆଇନକୁ ବିରୋଧ କରିଛନ୍ତି।

ତିନି ଦେଶର ଅଳ୍ପ ସଂଖ୍ୟକ ଭାରତରେ ରହିବା ଦେଶ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ ବୋଲି ସର୍ଭେ ରିପୋର୍ଟରେ କହିଛନ୍ତି ପୂର୍ବ, ପଶ୍ଚିମ ଏବଂ ଉତ୍ତର ଭାରତର ଲୋକମାନେ। ତେବେ ଦକ୍ଷିଣ ଭାରତର ଲୋକମାନେ ଏହାର ଓଲଟା ମତ ରଖିଛନ୍ତି। ଏହି ତିନି ଦେଶର ଅଳ୍ପସଂଖ୍ୟକ ଭାରତରେ ରହିଲେ ଦେଶ ପାଇଁ କୌଣସି ବିପଦ ନାହିଁ।

ସିଏଏକୁ ନେଇ ଆସାମରେ ପ୍ରଥମେ ହିଂସା ପ୍ରଦର୍ଶନ ହୋଇଥିଲା। ଆସାମର ୭୩.୪ ପ୍ରତିଶତ ଲୋକ କହିଛନ୍ତି, ଯଦି ବିଦେଶୀ ଆସି ଭାରତରେ ରହିବେ ତା’ହେଲେ ସମାଜ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ବିପଦ ସାବ୍ୟସ୍ତ ହୋଇପାରେ। ତେବେ ୨୧.୮ ପ୍ରତିଶତ ଲୋକ ଏହାର ଓଲଟା ମତ ରଖିଛନ୍ତି।

ସିଏଏକୁ ୬୫.୩ ପ୍ରତିଶତ ହିନ୍ଦୁ ମାନେ ସମର୍ଥନ କରିଥିବା ବେଳେ ମୁସଲମାନେ ୬୭.୫ ପ୍ରତିଶତ ସମର୍ଥନ କରିଛନ୍ତି। ସେହିପରି ସିଏଏକୁ ନେଇ ବିରୋଧୀ ସରକାରକୁ କାଠଗଡ଼ାରେ ଛିଡ଼ା କରିଛି। ଧର୍ମାନ୍ତକୀରଣ ରାଜନୀତି ଶାସକ ଦଳ କରୁଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ହୋଇଥିବା ସର୍ଭେ ରିପୋର୍ଟରେ ୫୮.୬ ପ୍ରତିଶତ ଲୋକ ସରକାରଙ୍କୁ ସମର୍ଥନ କରିଥିବା ବେଳେ ୩୧.୭ ପ୍ରତିଶତ ଲୋକ ବିରୋଧୀଙ୍କୁ ସମର୍ଥନ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଆଇନ୍ ୩୧ ଡିସେମ୍ୱର ୨୦୧୪ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଈ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବ। ଏହା ବ୍ୟତୀତ ଏହି ତିନି ଦେଶରୁ ଭାରତ ଆସିଥିବା ମୁସଲିମ୍ କିମ୍ୱା ଅନ୍ୟ ବିଦେଶୀଙ୍କ ପାଇଁ ଏହି ଆଇନ୍ ନୁହେଁ। ଏହି ଆଇନରେ କୌଣସି ଭାରତୀୟଙ୍କ ନାଗରିକତା ହଟିବନି।



from Odisha Reporter https://ift.tt/2rmcI3Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages