ରାଞ୍ଚି: ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ୍। ରାଜ୍ୟପାଳ ଦୌପଦୀ ମୁର୍ମୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ହେମନ୍ତଙ୍କ ପରେ ମେଣ୍ଟ ସରକାରରେ ସାମିଲ ଥିବା କଂଗ୍ରେସରୁ ବିଧାୟକ ରାମେଶ୍ୱର ଉରାଙ୍ଗ ଏବଂ ବିଧାୟକ ଆଲମଗିର ଆଲମ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ମନମୋହନ ସିଂହ ସରକାରରେ ରାମେଶ୍ୱର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଥିଲେ। ଏବେ ସେ ଝାଡ଼ଖଣ୍ଡର ପିସିସି ସଭାପତି ରହିଛନ୍ତି।
Ranchi: Hemant Soren takes oath as the Chief Minister of Jharkhand; oath administered by Governor Droupadi Murmu. #Jharkhand pic.twitter.com/DuZEWF8pKY
— ANI (@ANI) December 29, 2019
ହେମନ୍ତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଏହି ଶପଥ ନେଇଛନ୍ତି। ପୂର୍ବରୁ ୨୦୧୩ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ହେମନ୍ତ।
ମୋହରହବାଡି ପଡ଼ିଆରେ ଆୟୋଜିତ ହୋଇଥିବା ଶପଥ ସମାରୋହରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଡିଏମକେ ସୁପ୍ରିମୋ ଏମ.କେ ଷ୍ଟାଲିନ୍, ଆରଜେଡି ନେତା ତେଜସ୍ୱୀ ଯାଦବ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଯୋଗ ଦେଇଛନ୍ତି।
Jharkhand: RJD's Tejashwi Yadav, AAP's Sanjay Singh and West Bengal CM Mamata Banerjee at the oath-taking ceremony of Jharkhand CM designate Hemant Soren, in Ranchi. pic.twitter.com/QcWm8vPpRt
— ANI (@ANI) December 29, 2019
ବିଧାନସଭା ନିର୍ବାଚନରେ ଜେଏମଏଏମ-କଂଗ୍ରେସ-ଆରଜେଡି ମେଣ୍ଟ ଗଠନ କରି ବିଜେପିକୁ ନିର୍ବାଚନରେ ପରାଜୟ କରିଛନ୍ତି। ମୋଟ୍ ୮୧ଟି ଆସନରୁ ୪୭ଟି ଆସନରେ ମେଣ୍ଟ ବିଜୟୀ ହୋଇଛି ଏହି ମେଣ୍ଟ।
from Odisha Reporter https://ift.tt/36hr44Z
No comments:
Post a Comment