ନିଜ ବାୟୋପିକ୍‌ରେ ଏହି ଅଭିନେତାଙ୍କୁ ଦେଖିବାକୁ ଚାହାଁନ୍ତି ଗାଙ୍ଗୁଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 2, 2019

ନିଜ ବାୟୋପିକ୍‌ରେ ଏହି ଅଭିନେତାଙ୍କୁ ଦେଖିବାକୁ ଚାହାଁନ୍ତି ଗାଙ୍ଗୁଲି

ମୁମ୍ବାଇ: ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକ୍‌ର ଟ୍ରେଣ୍ଡ। ବିଶେଷକରି ଖେଳାଳିମାନଙ୍କ ଉପରେ ବାୟୋପିକ୍‌ କରିବାକୁ ବଲିଉଡ୍‌ର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଭଲ ପାଉଛନ୍ତି। ଏହିକ୍ରମରେ ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଏକ ଟକ୍‌ ଶୋ’ରେ ଏ ନେଇ ଏକ ପ୍ରଶ୍ନ କରାଯାଇଥିଲା। ଦାଦାଙ୍କୁ ପଚରା ଯାଇଥିଲା ଯେ ତାଙ୍କ ଉପରେ ବାୟୋପିକ୍‌ଟିଏ ହେଲେ ସେ ବଲିଉଡ୍‌ର କେଉଁ ଅଭିନେତାଙ୍କୁ ତାଙ୍କ ଚରିତ୍ରରେ ଦେଖିବାକୁ ଚାହିଁବେ।

ଏହାର ଉତ୍ତରରେ ସୌରଭ କହିଥିଲେ ଯେ ସେ ହ୍ରିତିକ୍‌ ରୋଶନ୍‌ଙ୍କୁ ତାଙ୍କ ଚରିତ୍ରରେ ଦେଖିବାକୁ ଚାହିଁବେ। ଏଥିସହ ସେ ଶୋ’ରେ ହ୍ରିତିକ୍‌ଙ୍କ ଅଭିନୟକୁ ବହୁତ ପ୍ରଶଂସା କରିଥିଲେ। ଗାଙ୍ଗୁଲି କହିଥିଲେ, “ମୁଁ ହ୍ରିତିକ୍‌ଙ୍କର ଜଣେ ବଡ଼ ଫ୍ୟାନ୍‌। ଯେତେବେଳେ ‘ସୁପର୍‌-୩୦’ରେ ଆନନ୍ଦ କୁମାରଙ୍କ ରୋଲ୍‌ ପାଇଁ ହ୍ରିତିକ୍‌ଙ୍କୁ ବଛାଯାଇଥିଲା ସେତେବେଳେ ପ୍ରାୟ ସମସ୍ତେ ଏହାକୁ ନାପସନ୍ଦ କରିଥିଲେ। ଆନନ୍ଦଙ୍କ ଚରିତ୍ରରେ ସେ ଫିଟ୍ ହେବେ ନାହିଁ ବୋଲି ଅଧିକାଂଶ ଯୁକ୍ତି କରିଥିଲେ। କିନ୍ତୁ ହ୍ରିତିକ୍‌ଙ୍କ ବ୍ୟତୀତ ଅନ୍ୟ କୌଣସି ଅଭିନେତା ଏହି ରୋଲ୍‌ରେ ଫିଟ୍ ହୋଇ ନଥା’ନ୍ତେ।”

ସୂଚନାଯୋଗ୍ୟ, ଲଗାତାର ଭାବେ ଦୁଇ ଦୁଇଟି ସୁପର୍‌ହିଟ୍‌ ଫିଲ୍ମ ଦେବା ପରେ ହ୍ରିତିକ୍‌ଙ୍କର ଫ୍ୟାନ୍‌ ସଂଖ୍ୟା ବଢ଼ି ଯାଇଛି। ଏପରିକି ତାଙ୍କର ବ୍ରାଣ୍ଡ ଭ୍ୟାଲ୍ୟୁ ମଧ୍ୟ ବଢ଼ିଯାଇଛି। ସେଥିପାଇଁ ହ୍ରିତିକ୍‌ ଏବେ ତାଙ୍କ ଫିସ୍‌ ମଧ୍ୟ ବଢ଼ାଇ ଦେଇଛନ୍ତି। ‘ସୁପର୍‌ ୩୦’ରେ ତାଙ୍କ ଜବରଦସ୍ତ ଅଭିନୟ ଓ ‘ୱାର୍‌’ରେ ତାଙ୍କ ଧମାକେଦାର୍ ଆକ୍ସନ୍‌ ଦର୍ଶକଙ୍କ ମନ କିଣି ନେଇଛି। ଏବେ ପ୍ରାୟ ସବୁ ଫିଲ୍ମ ନିର୍ମାତା ହ୍ରିତିକ୍‌ଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି। ଅକ୍ଟୋବର ୨ରେ ରିଲିଜ୍‌ ହୋଇଥିବା ‘ୱାର୍‌’ ଏବେ ପର୍ଯ୍ୟନ୍ତ ବକ୍ସ ଅଫିସ୍‌ରେ ୩୧୮.୦୧ କୋଟି ଆୟ କରିସାରିଲାଣି। ଏହି ବ୍ଲକବଷ୍ଟର୍ ଫିଲ୍ମଟି ବକ୍ସ ଅଫିସ୍‌ର ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି।



from Odisha Reporter https://ift.tt/35ToOjF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages