ଦୁଷ୍କର୍ମକାରୀକୁ ଗିରଫ ଦାବିରେ ନବରଙ୍ଗପୁର ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 25, 2019

ଦୁଷ୍କର୍ମକାରୀକୁ ଗିରଫ ଦାବିରେ ନବରଙ୍ଗପୁର ବନ୍ଦ

ନବରଙ୍ଗପୁର(ନବଘନ ବିଶୋୟୀ): ଗତ ୧୪ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଦୋଷୀ ଏବେ ବି ଖୁଲମଖୁଲା ବୁଲୁଛନ୍ତି। ଦୋଷୀକୁ ଶୀଘ୍ର ଗିରଫ ଦାବି ସହ ଘଟଣାରେ ପୁଲିସ୍‌ର ନିଷ୍କ୍ରିୟତା ପ୍ରତିବାଦରେ ପୂର୍ବତନ ସାଂସଦ ତଥା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ  ମାଝୀଙ୍କ ଡ଼ାକରାରେ  ଜିଲ୍ଲା କଂଗ୍ରେସ  ତରଫରୁ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଛି ।

ଜିଲ୍ଲା କଂଗ୍ରେସ ତରଫରୁ ଶତାଧିକ କର୍ମୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଫଳରେ ଗମନାଗମନରେ ବାଧା ଉପୁଜିଛି । ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି  ଅଟକି ରହିଛି । ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ  ହଇରାଣ ହେଉଛନ୍ତି। ଏଥିସହ ସହରର ଦୋକାନ ବଜାର ସବୁ ବନ୍ଦ ରହିଛି ।  ତୁରନ୍ତ ପୁଲିସ୍‌ ଘଟଣାର ପର୍ଦ୍ଦାଫାସ ନ କଲେ ଆନ୍ଦୋଳନକୁ ଜୋରଦାର କରାଯିବା ସହ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆଯାଇଛି ।

କୁନ୍ଦୁଲି ଘଟଣା ଭଳି ଉକ୍ତ ଘଟଣାକୁ ମଧ୍ୟ ରାଜ୍ୟ ସରକାର ଲୁଚାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ବିଳମ୍ବିତ ନ୍ୟାୟ ପ୍ରକୃତ ନ୍ୟାୟ ନଥିବା ବେଳେ  ଘଟଣାରେ ପୁଲିସ୍‌ ଜାଣିଶୁଣି ନୀରବତା ଅବଲମ୍ବନ କରି ତଦନ୍ତ ଆଳରେ ଶହେରୁ ଉର୍ଦ୍ଧ ଯୁବକଙ୍କୁ ଥାନାରେ ଅଟକ ରଖି ପୁଣି ଛାଡ଼ିଦେଇଥିବା  ଅଭିଯୋଗ କଂଗ୍ରେସ  କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ନବରଙ୍ଗପୁର ପୁଲିସ୍‌  ଏହି ଘଟଣାକୁ ନେଇ ମୁହଁ ଖୋଲୁ ନଥିବାରୁ  ସନ୍ଦେହ ଜାତ ହେଉଥିବା  ଅଭିଯୋଗ  ଆଣିଛି ଦଳ।

ଦୀର୍ଘ ଦିନ ଧରି ବିତିଯାଇଥିଲେ ମଧ୍ୟ  ଘଟଣାର ପ୍ରକୃତ ଦୋଷୀଙ୍କ ନିକଟରେ  ପୁଲିସ୍‌ ପହଞ୍ଚି ନ ପାରିବା ପୁଲିସ୍‌ର ତଦନ୍ତ ଶିଥିଳତାକୁ ଦର୍ଶାଉଥିବା କହିଛି ଜିଲ୍ଲା କଂଗ୍ରେସ । ଏଣୁ ପୁଲିସ୍‌ ବାହିନୀ ତରଫରୁ ଜାଣିଶୁଣି  ମାମଲାକୁ ଚାପି  ଦେବାକୁ ଉଦ୍ୟମ ହେଉଛି।   ଯାହା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଥିବା କହିଛନ୍ତି କଂଗ୍ରେସ ନେତା ।



from Odisha Reporter https://ift.tt/2MsWwVS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages