ପେଟ୍ରୋଲ ପମ୍ପ ମାଲିକଙ୍କ ଉପରକୁ ଗୁଳିମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 29, 2019

ପେଟ୍ରୋଲ ପମ୍ପ ମାଲିକଙ୍କ ଉପରକୁ ଗୁଳିମାଡ଼

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ରାସ୍ତାର ପୁରୁଣା ରାମେଶ୍ୱରପୁର ଛକରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶ୍ରୀକାନ୍ତ ରାଥ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଶ୍ରୀ ରଥ ପେଟ୍ରୋଲ ପମ୍ପରେ ବସି ନିଜ କର୍ମଚାରୀଙ୍କ ସହ ଟଙ୍କା ହିସାବ କରୁଥିଲେ। ଏହି ସମୟରେ  ତିନି ଜଣ ଯୁବକ ବାଇକ୍‌ରେ ସେଠାରେ ଆସି ପହଞ୍ଚି  ଶ୍ରୀ ରଥଙ୍କଠାରୁ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ  ସେ ଓ ତାଙ୍କ କର୍ମଚାରୀ ଏହାର ବିରୋଧ କରିଥିଲେ। ଦୁର୍ବୃତ୍ତମାନେ ଶ୍ରୀ ରଥଙ୍କ ଉପରେ ଗୁଳି ଚଳାଇ ସେଠାରୁ ଚମ୍ପଟ ହୋଇଯାଇଥିଲେ। ପେଟ୍ରୋଲ ପମ୍ପ ମାଲିକଙ୍କ ପେଟରେ ଗୁଳି ବାଜିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2tdvD1v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages