ଟ୍ରେନ୍‌ ସମୟ ସୂଚୀରେ ହେଲା ପରିବର୍ତ୍ତନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 29, 2019

ଟ୍ରେନ୍‌ ସମୟ ସୂଚୀରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଗତକାଲି ବାଲେଶ୍ୱରସ୍ଥିତ ଶୋଭାରାମପୁରରେ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ୍‌ର ଏକ ବିମ୍‌ ଖସି ପଡିବା ପରେ ଖୋର୍ଦ୍ଧା ଖଡଗପୁର ରୁଟ୍‌ରେ ଟ୍ରେନ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଏହା ପ୍ରଭାବରେ ଆଜି କିଛି ଟ୍ରେନ୍ ବାତିଲ୍ ହୋଇଥିବା ବେଳେ କିଛି ଟ୍ରେନ୍‌ର ସମୟସୂଚୀରେ ପରିବର୍ତ୍ତନ ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀ-ହାଓ୍ୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଆଜି ଉଭୟ ପଟୁ ବାତିଲ୍ ହୋଇଛି । କାଲି ଛାଡ଼ିବାକୁ ଥିବା ହାଓ୍ୱଡ଼ା-ଚେନ୍ନାଇ ମେଲ୍ ଆଜି ହାଓ୍ୱଡ଼ାରୁ ଦିନ ୧୨ଟା ୧୫ରେ ଛାଡ଼ିବ । ସେହିଭଳି ଫଲକନାମା ଏକ୍ସପ୍ରେସ୍ ଆଜି ହାଓ୍ୱଡ଼ାରୁ ଦିନ ୧ଟା ୧୫ରେ ଛାଡ଼ିବ।

ଉଲ୍ଲେଖଯୋଗ୍ୟ ଯେ, ଶୋଭାରାମପୁରରେ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ୍‌ର ଏକ ବିମ୍‌ ଖସି ପଡ଼ିବା ଫଳରେ ଖୋର୍ଦ୍ଧା-ଖଡ଼ଗପୁର ରୁଟ୍‌ରେ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରେଳ ଚଳାଚଳ ବନ୍ଦ ରହିଥିଲା । ଫଳରେ ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।  ଏହାର  ମରାମତି କାମରେ ଖଡଗପୁରରୁ ୩ଟି ଓ ବାଲେଶ୍ୱର ୨ଟି ଟାୱାର କାର୍‌ ନିୟୋଜିତ କରାଯାଇଥିଲା । ।   ଛିଣ୍ଡି ପଡିଥିବା ବିଦ୍ୟୁତ୍‌ ତାର ସଜାଡିବା ପାଇଁ ୧୫୦ରୁ ଅଧିକ ରେଲୱେ କର୍ମଚାରୀ ଓ ଠିକା ଶ୍ରମିକ ନିୟୋଜିତ ହୋଇଥିଲେ।   ପ୍ରାୟ ୧୨ ଘଣ୍ଟା ପରେ ଖୋର୍ଦ୍ଧା-ଖଡଗପୁର ରୁଟ୍‌ରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି। ରାତି ପ୍ରାୟ ୧୧ଟା ପରେ ଉଭୟ ଅପ୍ ଓ ଡାଉନ୍ ରୁଟରେ ଟ୍ରେନ ଚଳାଚଳ କରିଥିଲା।



from Odisha Reporter https://ift.tt/2ZAgfbl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages