ପିଆଜ ବଜାରରେ ନିଆଁ, କିଲୋ ଏବେ ୧୨୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 4, 2019

ପିଆଜ ବଜାରରେ ନିଆଁ, କିଲୋ ଏବେ ୧୨୦

କଟକ( ଓଡ଼ିଶା ରିପୋର୍ଟର):  ପିଆଜ ବଜାରରେ ଲାଗିଥିବା ନିଆଁ ଲିଭିବା ନାଁ ଧରୁନି। ପିଆଜ କିଣିବା ଏବେ ସାଧାରଣ ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଗଲା। ପିଆଜ କିଲୋ ପୂର୍ବରୁ ୧୦୦ ଅତିକ୍ରମ କରି ସାରିଥିବା ବେଳେ ଆଜି ତାହା ୧୨୦ ଛୁଇଁଛି। ଏଭଳି ରେଟ୍ ଆଗରୁ କେବେ ହୋଇନଥିବାରୁ ଏବେ ପିଆଜ ଖାଇବା ଛାଡ଼ିଦେବେ ବୋଲି କହିଛନ୍ତି ସାଧାରଣ ଖାଉଟି ।

ପିଆଜ କିଲୋ ଆଜି କଟକ ଛତ୍ରବଜାରରେ ୧୨୦ଟଙ୍କାରେ ପହଞ୍ଚିଛି । ସେହିଭଳି ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ପିଆଜ କିଲୋ ପିଛା ୧୦୦ ଟଙ୍କାରୁ ୧୨୦ ଟଙ୍କା ମଧ୍ୟରେ ରହିଛି । ରୋଷେଇ ଘରେ ଆଉ ପିଆଜ ଦେଖିବାକୁ ମିଳୁ ନ ଥିବା ବେଳେ ହୋଟେଲରେ ପିଆଜ ଜାଗାରେ ମୂଳା , କାକୁଡ଼ି ଦେଇ କାମ ଚଳାଯାଉଛି।

ନାସିକ୍ ଓ ଆନ୍ଧ୍ର ପ୍ରଦେଶରୁ ନୂଆ ପିଆଜ  ଆସି ପହଞ୍ଚିଥିଲେ ମଧ୍ୟ ଦର ଉଚ୍ଚା ରହିଛି। ଫଳରେ ଅତ୍ୟଧିକ ଦାମ୍‌କୁ ନେଇ ଗ୍ରାହକ ଛାନିଆ ହୋଇଯାଇଛନ୍ତି । ସେପଟେ ବ୍ୟବସାୟୀମାନେ ଆକଳନ କରିଛନ୍ତି, ପିଆଜର ଏ ଦର ବୃଦ୍ଧି ଆଗକୁ ବି ଜାରି ରହିଛି । ମାର୍କେଟକୁ ନୂଆ ପିଆଜ ଆମଦାନୀ  ସ୍ୱାଭାବିକ ହେବା ଯାଏଁ ଦର ବୃଦ୍ଧିର ପ୍ରଭାବ ରହିବ ବୋଲି ବ୍ୟବସାୟୀ କହିଛନ୍ତି ।



from Odisha Reporter https://ift.tt/2RgkJC0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages