କେବେ ଖାଇଛନ୍ତି ଚଟ୍‌ପଟା ‘ସୁପି ବଲ୍‌ସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 19, 2019

କେବେ ଖାଇଛନ୍ତି ଚଟ୍‌ପଟା ‘ସୁପି ବଲ୍‌ସ’

ଆବଶ୍ୟ ସାମଗ୍ରୀ: ନୁଡୁଲ୍‌, କଟା ପିଆଜ, କଟା ରସୁଣ, କଟା ଅଦା, କଟା ଗାଜର, କଟା ୟେଲୋ-ରେଡ୍-ଗ୍ରୀନ୍ କ୍ୟାପସିକମ୍, କଟା ପିଆଜ ସଣ୍ଢା, ରେଡ୍‌ ଚିଲି ସସ୍‌, ଚିଲି ସସ୍‌, ଟମାଟୋ ସସ୍‌, ସୋୟା ସସ୍‌, ସେଜୁଆନ୍‌ ସସ୍‌, ମଇଦା, କର୍ଣ୍ଣଫ୍ଲୋର୍‌, ଲୁଣ ଓ ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନୁଡୁଲ୍‌କୁ ସିଝାଇ ସେଥିରେ କଟା ପିଆଜ, କଟା ଗାଜର, କଟା କ୍ୟାପ୍‌ସିକମ୍ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏହାପରେ ଏଥିରେ ସୋୟା ସସ୍‌, ସେଜୁଆନ୍‌ ସସ୍‌, ମଇଦା, କର୍ଣ୍ଣଫ୍ଲୋର୍‌, କଟା ଅଦା, କଟା ପିଆଜ ସଣ୍ଢା ପକାଇ ଭଲଭାବେ ଚକଟି ଦିଅନ୍ତୁ। ଏବେ ଏହି ଚକଟା ନୁଡୁଲ୍‌କୁ ଗୋଲ୍ ଗୋଲ୍ କରି ବଲ୍‌ ଆକାରର କରି ଏହାକୁ କଞ୍ଚା ନୁଡୁଲ୍‌ର କୋଟିଂ ଦିଅନ୍ତୁ।

ବର୍ତ୍ତମାନ କଡ଼େଇରେ ତେଲ ଗରମ କରି ଏହି ବଲ୍‌ ଗୁଡ଼ିକୁ ଛାଣିଦିଅନ୍ତୁ। ଏହା ପରେ କଡ଼େଇରେ ଅଳ୍ପ ତେଲ ଗରମ କରି କଟା ପିଆଜ, କଟା ରସୁଣ, କଟା ଅଦା, କଟା ୟେଲୋ-ରେଡ୍-ଗ୍ରୀନ୍ କ୍ୟାପସିକମ୍ ପକାଇ ଭାଜନ୍ତୁ। ଏଗୁଡ଼ିକ ଭାଜି ହୋଇଗଲେ ଏଥିରେ ରେଡ୍‌ ଚିଲି ସସ୍‌, ଚିଲି ସସ୍‌ ଟମାଟୋ ସସ୍‌, ସୋୟା ସସ୍, ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହି ମସଲା ଫୁଟିବା ପରେ ସେଥିରେ ନୁଡୁଲ୍‌ ବଲ୍‌ ଗୁଡ଼ିକୁ ପକାନ୍ତୁ। ବଲ୍‌ ଗୁଡ଼ିକ ସହିତ ମସଲା ଭଲଭାବେ ମିଶିଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ସୁପି ବଲ୍‌ସ’।



from Odisha Reporter https://ift.tt/38X9kxw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages