ମୁମ୍ବାଇ ବିକ୍ଷୋଭରେ ‘ଫ୍ରି କଶ୍ମୀର’ ପୋଷ୍ଟର, ପୁଲିସ୍‌ର ତଦନ୍ତ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 6, 2020

ମୁମ୍ବାଇ ବିକ୍ଷୋଭରେ ‘ଫ୍ରି କଶ୍ମୀର’ ପୋଷ୍ଟର, ପୁଲିସ୍‌ର ତଦନ୍ତ ଆରମ୍ଭ

ମୁମ୍ବାଇ: ଜେଏନୟୁ ହିଂସାକାଣ୍ଡ ବିରୋଧରେ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମୁମ୍ବାଇର ଗେଟ୍‌ୱେରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତେବେ ଏହି ବିକ୍ଷୋଭରେ ସାମିଲ ଥିବା ଜଣେ ମହିଳା ‘ଫ୍ରି କଶ୍ମୀର’ ପୋଷ୍ଟର ଧରିଥିବା ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏଭଳି ପୋଷ୍ଟର ଦ୍ୱାରା ଜେଏନ୍‌ୟୁକୁ ନେଇ ଚାଲିଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିବା କିଛି ଲୋକ କହିଛନ୍ତି। ତେବେ ବିଜେପି ଓ ଆଉ କିଛି ଲୋକ ମୁମ୍ବାଇ ଭଳି ସହରରେ କେମିତି ବିଚ୍ଛନ୍ନତାବାଦୀ କାର୍ଯ୍ୟକଳାପକୁ ସହ୍ୟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି।

ସୋମବାର ରାତି ତମାମ ମୁମ୍ବାଇର ଗେଟ ୱେରେ ବିକ୍ଷୋଭ ଜାରି ରହିଥିଲା। ଏହି ସମୟରେ ଜଣେ ମହିଳା ହଠାତ୍‌ ଛିଡ଼ା ହୋଇ ମୁକ୍ତ କଶ୍ମୀର ଗଠନର ନାରା ଦେଇଥିଲେ। ଏଥିସହ ସେ ‘ଫ୍ରି କଶ୍ମୀର’ ଲେଖାଯାଇଥିବା ପୋଷ୍ଟର ଦେଖାଇଥିଲେ। ଖାଲି ସେତିକି ନୁହେଁ, କଶ୍ମୀର ସ୍ଥିତି ସ୍ୱାଭାବିକ କରି ମାନବାଧିକାରକୁ ସମ୍ମାନ ଦିଆଯାଉ ବୋଲି ନାରା ଦେଇଥିଲେ।

ଏହାକୁ ନେଇ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଏଠାରେ କେଉଁ କାରଣ ପାଇଁ ଆନ୍ଦୋଳନ ହେଉଛି? କାହିଁକି ଫ୍ରି କଶ୍ମୀର ସ୍ଲୋଗାନ ଦିଆଗଲା? ଆମେ କେମିତି ଏଭଳି ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପକୁ ମୁମ୍ବାଇରେ ସହ୍ୟ କରିବୁ? ଆଜାଦୀ ଗ୍ୟାଙ୍ଗର ପକ୍ଷରୁ ସିଏମଓ ଅଫିସ ଠାରୁ ମାତ୍ର ୨ କିମି ଦୂରରେ ଫ୍ରି କଶ୍ମୀର ସ୍ଲୋଗାନ ଦିଆଯାଉଛି। ଉଦ୍ଧବଜୀ ଆପଣ କ’ଣ ଏଭଳି ଫ୍ରି କଶ୍ମୀର ଓ ଭାରତ ବିରୋଧୀ କାର୍ଯ୍ୟକଳାପକୁ ଆପଣଙ୍କ ନାକ ତଳେ ହେବାକୁ ଦେବେ?”

ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଟ୍ୱିଟ କରି ମଧ୍ୟ ଆନ୍ଦୋଳନର ଆଭିମୁଖ୍ୟ ଉପରେ ପ୍ରଶ୍ନ କରିଛନ୍ତି। ବିଜେପି ନେତା କ୍ରୀର୍ତ୍ତି ସୋମାୟା ଏନେଇ ପୁଲିସ୍‌ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି।

ବିବାଦ ବଢ଼ିବାରୁ ମହାରାଷ୍ଟ୍ର ପୁଲିସ ଘଟଣାକୁ ଗୁରୁତର ସହ ନେଇଛି। ଏବେ ପୁଲିସ୍‌ ନିଜ ଆଡ଼ୁ ଘଟଣାର ଛାନଭିନ ଆରମ୍ଭ କରିଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ମଧ୍ୟ ପୁଲିସ ପକ୍ଷରୁ କୁହାଯାଇଛି।

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ମୁଁ ଫ୍ରି କଶ୍ମୀର ପୋଷ୍ଟର କଥା ନ୍ୟୁଜ ପେପରରୁ ପଢ଼ିଛି। ଏଭଳି ପୋଷ୍ଟର ଧରିଥିବା ଲୋକମାନେ ଇଣ୍ଟରନେଟ ଓ ଅନ୍ୟାନ୍ୟ ସେବା ଯୋଗାଇ ଦେବାକୁ ଦାବି କରିପାରିବେ। ହେଲେ ଭାରତରୁ କଶ୍ମୀରକୁ ଅଲଗା କରିବାକୁ ଦାବି କଲେ, ଏହାକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ।”

ଅନ୍ୟପକ୍ଷରେ ସୋମବାର ଭଳି ଆଜି ସକାଳୁ ମଧ୍ୟ ଗେଟ ୱେ ନିକଟରେ ଛାତ୍ରଛାତ୍ରୀ, କଳାକାର ଓ ବିଭିନ୍ନ ସମାଜିକ ଅନୁଷ୍ଠାନର ଶତାଧିକ ଲୋକ ବିକ୍ଷୋଭ ଆରମ୍ଭ କରିଥିଲେ। ତେବେ ପୁଲିସ୍‌ ସେମାନଙ୍କୁ ସେଠାରୁ ଆଜାଦ ମୈଦାନକୁ ସ୍ଥାନାନ୍ତର କରିଛି। ଆନ୍ଦୋଳନକାରୀମାନେ ଗେଟୱେ ନିକଟରେ ରାସ୍ତା ରୋକ କରିବାରୁ ସାଧାରଣ ଲୋକ ଓ ପର୍ଯ୍ୟଟକ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାପରେ ପୁଲିସ ସମସ୍ତଙ୍କୁ ବୁଝାସୁଝା କରି ଆଜାଦ ମୈଦାନକୁ ନେଇଛି।



from Odisha Reporter https://ift.tt/2QWkDO0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages