ନିର୍ଭୟା ଦୋଷୀ ବିନୟର ରାଜକ୍ଷମା ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 31, 2020

ନିର୍ଭୟା ଦୋଷୀ ବିନୟର ରାଜକ୍ଷମା ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ସେ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲା। ହେଲେ ଏହାକୁ ରାଷ୍ଟ୍ରପତି ଅଗ୍ରାହ୍ୟ କରିଦେଇଛନ୍ତି।

୨୦୧୨ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଜଣଙ୍କୁ ଫାଶୀ ଦଣ୍ଡ ହୋଇଛି। ଆଜି ଏମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବାର ଥିଲା। ହେଲେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଫାଶୀ ଦଣ୍ଡର କାର୍ଯ୍ୟକାରୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ଦୋଷୀଙ୍କ ପାଖରେ ଫାଶୀ ଦଣ୍ଡକୁ ଚ୍ୟାଲେଞ୍ଜ କରିବା ପାଇଁ ଏକାଧିକ ଆଇନଗତ ମାଧ୍ୟମ ରହିଥିବାରୁ କୋର୍ଟ ବାଧ୍ୟ ହୋଇ ଏଭଳି ରୁଲିଂ ଦେଇଛନ୍ତି।

ପୂର୍ବରୁ ନିର୍ଭୟା ଘଟଣାର ଦୋଷୀ ମୁକେଶ ସିଂହ ରାଜକ୍ଷମା ଆବେଦନ କରିଥିଲା। ହେଲେ ଏହାକୁ ରାଷ୍ଟ୍ରପତି ଏହାକୁ ଖାରଜ କରିଥିଲେ। ସେହିପରି ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିଥିବାରୁ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ହେଲେ ଏହାକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ଏବେ ମୁକେଶ ପାଖରେ ଫାଶୀରୁ ବର୍ତ୍ତିବା ପାଇଁ ଆଉ କୌଣସି ଆଇନଗତ ମାଧ୍ୟମ ନାହିଁ। ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ ହୋଇଥିବାରୁ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରିବ। ଘଟଣାର ଆଉ ଦୁଇ ଦୋଷୀ ଅକ୍ଷୟ ସିଂହ ଠାକୁର ଓ ପବନ ଗୁପ୍ତା ପାଖରେ ଏବେ ଫାଶୀକୁ ଚ୍ୟାଲେଞ୍ଜ କରିବାକୁ ଏକାଧିକ ଆଇନଗତ ମାଧ୍ୟମ ରହିଛି।

ଅକ୍ଷୟ ସିଂହର କ୍ୟୁରେଟିଭ ପିଟିସନ ଖାରଜ ହୋଇଛି। ହେଲେ ତା’ ପାଖରେ ରାଜକ୍ଷମା ଆବେଦନର ବିକଳ୍ପ ରହିଛି। ସେହିପରି ପବନ ଗୁପ୍ତା ପାଖରେ ଉଭୟ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିପାରିବାର ବିକଳ୍ପ ରହିଛି। ଏସବୁ ଆଇନଗତ ବିକଳ୍ପ ଶେଷ ହେବା ପରେ ଯାଇ ସମସ୍ତ ଦୋଷୀଙ୍କୁ ଏକାଠି ଫାଶୀ ଦିଆଯିବ। କାରଣ ସମାନ ଅପରାଧରେ ଦଣ୍ଡିତ ଏକରୁ ଅଧିକ ଦୋଷୀଙ୍କୁ ଏକା ସମୟରେ ହିଁ ଫାଶୀ ଦେବାର ନିୟମ ରହିଛି।



from Odisha Reporter https://ift.tt/2S3hFrG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages