ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ, କମିଛି ସରକାରଙ୍କ ଋଣ ଭାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 31, 2020

ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ, କମିଛି ସରକାରଙ୍କ ଋଣ ଭାର

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହରେ ୨୦୨୦-୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି। ଦିନ ଠିକ ୧୧.୧ରେ ସେ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ପଢ଼ିବା ଆରମ୍ଭ କରିଥିଲେ। ସେ ତାଙ୍କ ପ୍ରାରମ୍ଭିକ ଭାଷଣରେ ମୋଦି ସରକାରଙ୍କ ସଫଳତା କଥା ବକ୍ଷାଣିଛନ୍ତି।

ସେ କହିଛନ୍ତି, “ଲୋକେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ମୋଦିଙ୍କୁ ଜିତାଇଛନ୍ତି। ଆମ ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛି। ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କୁ ସହଯୋଗ କରିବା ଆମ କର୍ତ୍ତବ୍ୟ। ଜିଏସଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି। ଜାତୀୟ ସ୍ୱାର୍ଥ ଆଗରେ ରାଜନୀତି ତୁଚ୍ଛ ବୋଲି ଜିଏସଟଇ ପ୍ରମାଣ କରି ଦେଖାଇଛି।

ଜିଏସଟି ଯୋଗୁ ଇନ୍ସପେକ୍ଟର ରାଜର ପରିସମାପ୍ତି ଘଟିଛି। ଗତ ୨ ବର୍ଷରେ ଆମେ ନୂଆ ୬୦ ଲକ୍ଷ ଟିକସଦାତାଙ୍କୁ ଯୋଡ଼ିବାରେ ସକ୍ଷମ ହୋଇଛୁ। ଏପ୍ରିଲ ୨୦୨୦ରୁ ଟିକସ ଦାଖଲ ପ୍ରକ୍ରିୟାକୁ ଆହୁରି ସରଳୀକରଣ କରାଯିବ। ଏଥିପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବ।୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଆମର ଲକ୍ଷ୍ୟ। ସରକାରଙ୍କ ଋଣଭାର ୨୦୧୪ ମାର୍ଚ୍ଚରେ ୫୨.୨% ରହିଥିଲା। ହେଲେ ୨୦୧୯ ମାର୍ଚ୍ଚ ସୁଦ୍ଧା ଏହା ୪୮.୭% ହୋଇଛି। ”



from Odisha Reporter https://ift.tt/31j8VSC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages