ନୂଆଦିଲ୍ଲୀ: ଆଉ ମାତ୍ର କିଛି ମିନିଟ ପରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏହାପୂର୍ବରୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ଘରେ ଥିବା ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି। ବଜେଟ ଯେମିତି ଦେଶର ସବୁ ନାଗରିକଙ୍କ ଦ୍ୱାରା ଆଦୃତ ହୋଇପାରିବ, ସେଥିପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ଏହାର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଅନୁରାଗ ଠାକୁର କହିଛନ୍ତି, “ମୋଦି ସରକାର ସବକା ସାଥ ସବକା ବିକାଶ ନୀତିକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଆମେ ବଜେଟ ପାଇଁ ସମଗ୍ର ଦେଶରୁ ପ୍ରସ୍ତାବ ପାଇଥିଲୁ। ସରକାର ଏହି ବଜେଟ ଯେମିତି ସମସ୍ତଙ୍କୁ ସୁହାଇବ, ତା’ର ବ୍ୟବସ୍ଥା କରିଛନ୍ତି।”
ଆଜି ଅର୍ଥ ମନ୍ତ୍ରଣାଳୟକୁ ଯିବା ପୂର୍ବରୁ ଅନୁରାଗ ଠାକୁର ତାଙ୍କ ଗାର୍ଡେନରେ ଥିବା ହନୁମାନଙ୍କ ମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା କରିଥିଲେ।
from Odisha Reporter https://ift.tt/2OeWSA7
No comments:
Post a Comment