ଫ୍ୟାନ୍‌ଙ୍କ ହାତରୁ ଫୋନ୍‌ ଛଡ଼ାଇ ଆଡ଼ୁଆରେ ସଲ୍‌ମାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 29, 2020

ଫ୍ୟାନ୍‌ଙ୍କ ହାତରୁ ଫୋନ୍‌ ଛଡ଼ାଇ ଆଡ଼ୁଆରେ ସଲ୍‌ମାନ୍

ମୁମ୍ବାଇ: ଫ୍ୟାନ୍‌ଙ୍କ ହାତରୁ ଫୋନ୍‌ ଛଡ଼ାଇ ବିବାଦ ଘେରକୁ ଟାଣି ହୋଇଥିବା ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ ଅଡ଼ୁଆ ଆହୁରି ବଢ଼ିଲା। କାରଣ ଏହି ଘଟଣା ପାଇଁ ସୋଶାଲ୍ ମିଡିଆରେ ଖୁବ୍ ସମାଲୋଚିତ ହୋଇଥିବା ସଲ୍‌ମାନ୍‌ଙ୍କୁ ଗୋଆରେ ବ୍ୟାନ୍ ଲଗାଇବାକୁ ଦାବି କରିଛି ନ୍ୟାସନାଲ୍‌ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆ(NSUI)। ତାଙ୍କୁ ଗୋଆରେ ପ୍ରବେଶ କରିବାକୁ ଦିଆ ନଯାଉ ବୋଲି ଏନ୍‌ଏସ୍‌ୟୁଆଇ ଦାବି କରିଛି।

NSUIର ସଭାପତି ଅବରାଜ୍ ମୁଲ୍ଲା ଗୋଆରେ ସଲ୍‌ମାନ୍‌ଙ୍କ ଏଣ୍ଟ୍ରି ଉପରେ ରୋକ୍‌ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି, “ମୁଁ ଅନୁରୋଧ କରୁଛି ଯେ ଦୟାକରି ଆପଣଙ୍କ କର୍ତ୍ତୃପକ୍ଷ ଏହି ମାମଲାକୁ ଗମ୍ଭୀରତାର ସହ ନିଅନ୍ତୁ। ତାଙ୍କୁ କ୍ଷମା ମାଗିବା ପାଇଁ କୁହାଯାଉ। କାରଣ ତାଙ୍କ କାର୍ଯ୍ୟ ସର୍ବସାଧାରଣରେ ଫ୍ୟାନ୍‌ମାନଙ୍କୁ ଅପମାନିତ କଲା ସଦୃଶ ହୋଇଛି। ଏହିଭଳି ଖରାପ ରେକର୍ଡ଼ ଥିବା ଅଭିନେତାଙ୍କୁ ଗୋଆ ଆସିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ।”

NSUI ବ୍ୟତୀତ ଗୋଆର ପୂର୍ବତନ ସାଂସଦ ନରେନ୍ଦ୍ର ସାବଇକର୍‌ ମଧ୍ୟ ସଲ୍‌ମାନ୍‌ଙ୍କ ଏଭଳି ବ୍ୟବହାରକୁ ନିନ୍ଦା କରିଛନ୍ତି। ସେ ଏହି ଭିଡିଓକୁ ଟ୍ୱିଟ୍‌ କରି ଲେଖିଛନ୍ତି, “ଜଣେ ସେଲେବ୍ରିଟି ହେବା ଦୃଷ୍ଟିରୁ ଲୋକମାନେ ଆପଣଙ୍କ ସହ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଫଟୋ ଉଠାଇବେ। ଆପଣଙ୍କ ବ୍ୟବହାର ବଡ଼ ଦୁଃଖଦାୟକ। ଆପଣ ଏଥିପାଇଁ କ୍ଷମା ମାଗିବା ଉଚିତ୍।”

ସଲ୍‌ମାନ ନିଜ ଅପ୍‌କମିଂ ଫିଲ୍ମ ‘ରାଧେ’ର ଶୁଟିଂ ପାଇଁ ଗୋଆ ଯାଇଥିଲେ। ସେଠାରେ ତାଙ୍କୁ ଦେଖିବା ପାଇଁ ଏୟାର୍‌ପୋର୍ଟରେ ଫ୍ୟାନ୍‌ଙ୍କର ବହୁତ ଭିଡ଼ ଜମିଥିବା ବେଳେ ଜଣେ ବ୍ୟକ୍ତି ଆଗକୁ ଚାଲି ଆସି ମୋବାଇଲ୍‌ ଫୋନ୍‌ରେ ତାଙ୍କ ଫଟୋ ଉଠାଇଥିଲେ। ଏହା ଦେଖି ସଲ୍‌ମାନ୍ ରାଗି ଯାଇଥିଲେ ଓ ତାଙ୍କ ହାତରୁ ଫୋନ୍‌ଟିକୁ ଛଡ଼ାଇ ନେଇଥିଲେ। ଆଉ ଏହି ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। କିଛିଲୋକ ଏହାର ବିରୋଧ କରିଥିବାବେଳେ କିଛି ସଲ୍‌ମାନ୍‌ଙ୍କ ସମର୍ଥନରେ ବାହାରିଛନ୍ତି। ସେମାନଙ୍କ କହିବା କଥା ଯେ ବିନା ଅନୁମତିରେ ଫଟୋ ଉଠାଇବା ଜଣଙ୍କ ବ୍ୟକ୍ତିଗତ ଜୀବନରେ ଦଖଲ ଦେବା ସହ ସମାନ।



from Odisha Reporter https://ift.tt/2S4raqK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages