ଅନୁରାଗ ଠାକୁରଙ୍କୁ ଷ୍ଟାର କ୍ୟାମ୍ପେନର ତାଲିକାରୁ ହଟାଇବାକୁ ଇସିଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 29, 2020

ଅନୁରାଗ ଠାକୁରଙ୍କୁ ଷ୍ଟାର କ୍ୟାମ୍ପେନର ତାଲିକାରୁ ହଟାଇବାକୁ ଇସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ପରବେଶ ସାହିବ ସିଂହଙ୍କୁ ଦିଲ୍ଲୀ ନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇବାକୁ ଆଜି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଏହି ଦୁଇ ଜଣ ବିଜେପି ନେତା ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ଏକ ମଞ୍ଚରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଦେଇଥିବା ସ୍ଲୋଗାନ ବିବାଦ ଘେରକୁ ଆସିଛି। ବର୍ତ୍ତମାନ ଏହି ଭିଡିଓ ବେଶ ଭାଇରାଲ ହେଉଛି। ସେ ଏଥିରେ ଦେଶଦ୍ରୋହୀ ବାବଦରେ ଏକ ନାରା ଦେଇଥିଲେ। ଉତ୍ତର ପଶ୍ଚିମ ଦିଲ୍ଲୀରେ ସେ ନାରା ଦେଇଥିଲେ, ‘ଦେଶ କେ ଗଦାରୋଁ କୋ’। ଭିଡ଼ ଭିତରୁ ଜବାବ ଆସିଥିଲା ‘ଗୋଲି ମାରୋ ଶା….କୋ’।

ଏହାର ପୁରା ଅର୍ଥରେ କହିବାକୁ ଗଲେ, ଦେଶଦ୍ରୋହୀଙ୍କୁ ଗୁଳି ମାରିଦିଅ ବୋଲି କୁହାଯାଇଥିଲା। ଏହାକୁ ନେଇ ଗତକାଲି ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।

ଅନୁରାଗଙ୍କ ନାରା ଦେବାର ଗୋଟିଏ ଦିନ ପରେ ବିଜେପି ସାଂସଦ ପରବେଶ ସାହିବ ସିଂହ କହିଥିଲେ, ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଶହୀନ୍‌ ବାଗଠାରେ ଧାରଣାରେ ବସିଥିବା ଆନ୍ଦୋଳନକାରୀ ଆପଣମାନଙ୍କ ଘରେ ପଶିବେ ଏବଂ ମା’ ଭଉଣୀଙ୍କୁ ଦୁଷ୍କର୍ମ କରିବେ। ଆସନ୍ତା ଫେବୃଆରୀ ୮ ତାରିଖରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାର ଅଛି।



from Odisha Reporter https://ift.tt/317CypU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages