ସିଏଏକୁ ବିରୋଧ ବେଳେ ହଠାତ୍‌ ଦେଲେ ଦେଶ ବିରୋଧୀ ନାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 29, 2020

ସିଏଏକୁ ବିରୋଧ ବେଳେ ହଠାତ୍‌ ଦେଲେ ଦେଶ ବିରୋଧୀ ନାରା

କେନ୍ଦୁଝର (ପ୍ରଣୟ ପାଣି): ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ କେନ୍ଦୁଝର ସହରସ୍ଥିତ ଗାନ୍ଧୀ ଛକଠାରେ ଆଜି ସିଏଏକୁ ବିରୋଧ କରି ଆନ୍ଦୋଳନକାରୀମାନେ ରାସ୍ତାରୋକ କରିଥିଲେ। ଏହି ସମୟରେ ସେମାନେ ଦେଶ ବିରୋଧୀ ନାରା ଦେବା ସହ ପାକିସ୍ତାନ ଜିନ୍ଦାବାଦ ବୋଲି କହିବାରୁ ତାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।  ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଏହାର ତୀବ୍ର ବିରୋଧ କରିଥିଲେ।

ସୂଚନା ଅନୁଯାୟୀ, କେନ୍ଦୁଝରର  ଗାନ୍ଧୀ ଛକଠାରେ ରାସ୍ତା ଅବରୋଧ ବେଳେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢିବା ପରେ ସେମାନେ ଦେଶ ବିରୋଧୀ ନାରା ସହ  ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ । ଯାହାକୁ ନିକଟରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ବିରୋଧ କରିଥିଲେ। ଫଳରେ ଆନ୍ଦୋଳନକାରୀମାନେ ସହରବାସୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ।

ଏହା ପରେ ବହୁ ସଂଖ୍ୟାରେ  ସହରବାସୀ ଏକାଠି ହୋଇ ଭାରତ ବନ୍ଦ ଡାକରାକୁ ବିରୋଧ କରିବା ସହ ଭାରତ ମାତା କି ଜୟ ନାରା ଦେଇଥିଲେ । ଏହାଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ସହରବାସୀ ଦେଶ ବିରୋଧୀ ସ୍ଲୋଗାନ ଦେଇଥିବା ଦୁଇ ଜଣଙ୍କୁ ପୁଲିସ୍‌ ଜିମା ଦେଇଥିଲେ । ଉତ୍ତେଜନାକୁ ଦେଖି ପୁଲିସ୍‌ ମଧ୍ୟ ୩୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।



from Odisha Reporter https://ift.tt/2Gzgnza

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages