ସିଝା ମାଛ ମସଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 12, 2020

ସିଝା ମାଛ ମସଲା

ଆବଶ୍ୟକ ସାମଗ୍ରୀ: ମାଛ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି, କଞ୍ଚା ଲଙ୍କା, ଅଦାରସୁଣ କଟା, ଗରମ ମସଲା ଗୁଣ୍ଡ, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି କଞ୍ଚା ଲଙ୍କା ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଭଲଭାବେ ମ୍ୟାରିନେଟ୍ ହେବା ପାଇଁ ତାକୁ କିଛି ସମୟ ସେମିତି ଛାଡ଼ି ଦିଅନ୍ତୁ।

ପରେ କଡ଼େଇରେ ପାଣି ଫୁଟାଇ ସେଥିରେ ତେଲ ପକାନ୍ତୁ। ଏବେ ସେଥିରେ ମ୍ୟାରିନେଟ୍ ହୋଇଥିବା ମାଛକୁ ପକାନ୍ତୁ। ତା’ପରେ ସେଥିରେ କଟା ଅଦାରସୁଣ, ଗରମ ମସଲା ଗୁଣ୍ଡ, କଟା ପିଆଜ, ଗୋଟା କଞ୍ଚା ଲଙ୍କା ଓ ଅଳ୍ପ ଲୁଣ ପକାଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୫ ରୁ ୭ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ମାଛଗୁଡ଼ିକୁ ଓଲଟାଇ ଦିଅନ୍ତୁ ଓ ପୁଣି ଘୋଡ଼ଣୀ ଦେଇଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ‘ସିଝା ମାଛ ମସଲା’।



from Odisha Reporter https://ift.tt/3a61nGA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages