ମନ୍ଦିରକୁ ବି ଛାଡ଼ିଲେନି, ଏକାଥରେ ୩ଟିରେ କଳା କନା ବୁଲାଇ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 14, 2020

ମନ୍ଦିରକୁ ବି ଛାଡ଼ିଲେନି, ଏକାଥରେ ୩ଟିରେ କଳା କନା ବୁଲାଇ ଦେଲେ

ବାଙ୍କି (ସଞ୍ଜୀପ କୁମାର ନାୟକ): କଟକ ଜିଲ୍ଲା ଵାଙ୍କି ଥାନା ଅନ୍ତର୍ଗତ କିଆପଲ୍ଲା ଗାଁରେ ଥିବା ୩ଟି ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗାଁରେ ଥିବା ଶିବ ମନ୍ଦିର, ହନୁମାନ ଓ ଶନି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଗତକାଲି ରାତିରେ ଚୋରମାନେ ମନ୍ଦିରର ଗ୍ରୀଲ୍‌ ଭାଙ୍ଗି ଭିତରକୁ ପଶିଥିଲେ। ଏହାପରେ ହୁଣ୍ଡି ବାକ୍ସ ଭାଙ୍ଗି ସମସ୍ତ ଟଙ୍କାପଇସା   ନେଇଯାଇଥିଲେ।

ଆଜି ସକାଳେ ପୂଜକମାନେ ମନ୍ଦିରରେ ପହଞ୍ଚିବା ପରେ ଏ ବିଷୟରେ ଜଣାପଡ଼ିଥିଲା। ସେମାନେ ଏ ବିଷୟରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଏହା ପରେ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।



from Odisha Reporter https://ift.tt/2u4WLzV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages