ଆଜି ବି ଚାଲିଛି କୁକୁଡ଼ା ମରା ଅଭିଯାନ, ମିଳୁଛି କ୍ଷତିପୂରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 29, 2020

ଆଜି ବି ଚାଲିଛି କୁକୁଡ଼ା ମରା ଅଭିଯାନ, ମିଳୁଛି କ୍ଷତିପୂରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): OUAT ଫାର୍ମରେ ବାର୍ଡ ଫ୍ଲୁ ପଜିଟିଭ୍ ଜଣାପଡିବା ପରେ ଜୋରଦାର ହେଲା କୁକୁଡ଼ା ମରା ଅଭିଯାନ। ଗତକାଲିଠୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ବି ଜାରି ରହିଛି।  ଆଜି ଓୟୁଏଟି ଫାର୍ମ ଓ ଏହାର ୧ କିଲୋମିଟର ବ୍ୟାସାର୍ଦ୍ଧରେ ଆସୁଥିବା ଅଞ୍ଚଳରୁ ସବୁ କୁକୁଡ଼ା ମରାଯାଉଛି । ଏହାପରେ ତୁରନ୍ତ ବିଶୋଧନ କାମ ମଧ୍ୟ କରାଯାଉଛି ।

ଓୟୁଏଟିର ୧ କିଲୋମିଟରରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳରେ ରାପିଡ୍ ରେସପନ୍ସ ଟିମ୍ ତନ୍ନ ତନ୍ନ ଯାଞ୍ଚ କରୁଛି।  ଗତକାଲି  ମୋଟ ୯୧୫ଟି କୁକୁଡ଼ା, ୭ଟି ବତକ ମାରି ଗଭୀର ଗାତରେ ପୋତି ଦିଆଯାଇଥିଲା । ଏହା ସହିତ ୪ହଜାର ୬ ଶହ ଅଣ୍ଡା, ପ୍ରାୟ ସାଢ଼େ ୨୩ କ୍ୱିଣ୍ଟାଲ କୁକୁଡ଼ା ଖାଦ୍ୟ ଓ ଫାର୍ମର କୁକୁଡ଼ା ଖତ ଗାତରେ ପୋତା ଯାଇଥିଲା । ଯେଉଁମାନଙ୍କ କୁକୁଡ଼ା ବତକ ମରାଯାଇଥିଲା, ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦିଆଯାଇଛି ।

ସେପଟେ ଚିଲିକାରୁ ଆଉ କିଛି ବିଦେଶୀ ପକ୍ଷୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଫୁଲନଖରା ପଠାଯାଇଥିବା ବେଳେ ନନ୍ଦନକାନନ ପକ୍ଷୀ ବିହାରରୁ ବି ନମୁନା ସଂଗ୍ରହ କରାଯାଇଛି।

ଗତକାଲି ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀ ଓ କର୍ମଚାରୀ OUAT ରିସର୍ଚ୍ଚ ଫାର୍ମରେ ଥିବା ସମସ୍ତ କୁକୁଡ଼ାଙ୍କୁ ମାରି ପୋତି  ଦେଇଥିଲେ।    ଏଥିପାଇଁ ଗଠିତ ହୋଇଥିଲା ୧୨ଟି ସ୍ୱତନ୍ତ୍ର ଟିମ୍। ଫାର୍ମ ପରିସରରେ ଏକ ବିଶାଳ ଗାତ ଖୋଳି କୁକୁଡା ମାରିବା ପରେ ଚୂନ, ବ୍ଲିଚିଂ ପାଉଡର ଓ ଲୁଣ ପକାଇ ପୋତାଯାଇଛି। ସେପଟେ ସତର୍କତା ସ୍ୱରୂପ ବାର୍ଡ ଫ୍ଲୁ  କାଳେ ଏଠାରୁ ଅନ୍ୟ ଅଞ୍ଚଳକୁ ବ୍ୟାପିଥିବ, ସେହି ଆଶଙ୍କାରେ ଓୟୁଏଟି ଫାର୍ମରୁ ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ  କୁକୁ଼ଡ଼ାମରା ଅଭିଯାନ ଜାରି ରହିଛି।



from Odisha Reporter https://ift.tt/2RZ6tfK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages