ଶିକ୍ଷା କ୍ଷେତ୍ର ପାଇଁ ଏଫଡିଆଇ, ୯୯,୩୦୦ କୋଟି ବ୍ୟୟ ବରାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 31, 2020

ଶିକ୍ଷା କ୍ଷେତ୍ର ପାଇଁ ଏଫଡିଆଇ, ୯୯,୩୦୦ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: ମୋଦି-୨ ସରକାର ଶିକ୍ଷା କ୍ଷେତ୍ରରେ ବିଦେଶି ପୁଞ୍ଜି ନିବେଶ ବା ଏଫଡିଆଇକୁ ଅନୁମୋଦନ ଦେଇଛନ୍ତି। ଏଥିସହ ୨୦୨୦-୨୧ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୯୯, ୩୦୦ କୋଟିର ବ୍ୟୟ ବରାଦ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା

ସୀତାରମଣ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ସୁଯୋଗ ମିଳିବ। ଏଥିସହ ବିଜ୍ଞାନ ଓ ଟେକ୍ନୋଲୋଜିରେ ବିକାଶ ହେବ। ପୌରପାଳିକାରେ ଇଞ୍ଜିନିୟରଙ୍କୁ ୧ ବର୍ଷର ଇଣ୍ଟର୍ଣ୍ଣଶିପ୍‌ର ସୁବିଧା ମିଳିବ। ଯୁବ ଇଞ୍ଜିନିୟରଙ୍କୁ ମିଳିବ ବ୍ୟାପକ ସୁଯୋଗ। ଏଣିକି ଶିକ୍ଷାର୍ଥୀଙ୍କୁ ଅନ୍‌ଲାଇନ୍‌ରେ ଡିଗ୍ରୀ ପାଠ୍ୟକ୍ରମର ସୁବିଧା ମିଳିବ।

ଜାତୀୟ ପୁଲିସ ବିଶ୍ଵବିଦ୍ୟାଳୟ ଏବଂ ଫୋରେନ୍ସିକ୍‌ ବିଶ୍ଵବିଦ୍ୟାଳୟ ଦେଶର ବିଭିନ୍ନ ପ୍ରାନ୍ତରେ ଖୋଲିବ। ଡାକ୍ତରଙ୍କ ଅଭାବକୁ ଦୂର କରିବା ଓ ରୋଗୀଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଜିଲ୍ଲା ହସ୍ପିଟାଲ୍‌ରେ ମେଡିକାଲ୍‌ କଲେଜ ଖୋଲିବ।

ସରକାରୀ ଓ ଘରୋଇ ସହଭାଗିତାରେ ହସ୍ପିଟାଲଗୁଡ଼ିକ ନିର୍ମାଣ କରାଯିବ। ସେହିପରି ଶିକ୍ଷା କ୍ଷେତ୍ର ପାଇଁ ୯୯,୩୦୦ କୋଟି ଓ ୩୦୦୦ କୋଟି ଦକ୍ଷତା ବିକାଶ ପାଇଁ ବ୍ୟୟବରାଦ କରାଯାଇଛି।



from Odisha Reporter https://ift.tt/2vATJ7j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages