ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ଵର ଜିଲ୍ଲା ଗରଡ଼ିହି ଠାରେ କୃଷକ ସଭା ପକ୍ଷରୁ ୪ ଦଫା ଦାବିନେଇ ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ନୀଳଗିରି ଉପଖଣ୍ଡର ସମସ୍ତ ପଞ୍ଚାୟତରେ ଧାନ ମଣ୍ଡି ଖୋଲିବା, କ୍ଷୁଦ୍ରଚାଷୀଙ୍କ ସମେତ ସମସ୍ତ ଚାଷୀଙ୍କୁ ଟୋକନ ପ୍ରଦାନ, ଅକାମି ହୋଇଥିବା ଟୋକନକୁ କାର୍ଯ୍ୟକ୍ଷମ କରିବା, ଭାଗଚାଷୀଙ୍କ ଠାରୁ ଧାନ କ୍ରୟ କରିବା ଆଦି ବିଭିନ୍ନ ଦାବି ନେଇ ଚାଷୀମାନେ ଧାରଣା ଦେଇଛନ୍ତି।
ତେବେ ଏ ସମସ୍ତ ସମସ୍ୟା ସମ୍ପର୍କରେ କୃଷକ ସଭାର ସଦସ୍ୟମାନେ ଜାନୁଆରୀ ୨୯ ତାରିଖରେ ଉପଜିଲ୍ଲାପାଳଙ୍କୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଥିସହ ସେମାନଙ୍କ ଦାବି ସମାଧାନ ନହେଲେ ଫେବ୍ରୁଆରୀ ୧ତାରିଖରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ମଧ୍ୟ ଦେଇଥିଲେ। ହେଲେ ପ୍ରଶାସନରୁ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଆଜି ଶତାଧିକ ଚାଷୀ ଗରଡ଼ିହି ଛକରେ ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି।
from Odisha Reporter https://ift.tt/36O9zsn
No comments:
Post a Comment