ପୂର୍ବତନ ବିଜେଡି ବିଧାୟକଙ୍କ ଘରେ ପଶିଲା ଭିଜିଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 16, 2020

ପୂର୍ବତନ ବିଜେଡି ବିଧାୟକଙ୍କ ଘରେ ପଶିଲା ଭିଜିଲାନ୍ସ

ଭବାନୀପାଟଣା (ରାଜକୁମାର ସିଂହଦେଓ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ତାଙ୍କର ଭବାନୀପାଟଣାର ନକଟିଗୁଡ଼ା ସ୍ଥିତ ବାସଭବନ ସହିତ ମଦନପୁର ରାମପୁରରେ ଥିବା ହୋଟେଲରେ ଚଢ଼ଉ ଚାଲିଛି। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ଏହି ସୂଚନା ଦେଇଛନ୍ତି।

ଜୟପୁର ଭିଜିଲାନ୍ସ ଏସପିଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ଉ କରାଯାଇଛି। ଖବର ଲେଖାଯିବା ସୁଦ୍ଧା ଚଢ଼ଉ ଜାରି ରହିଥିବା ବେଳେ ଅନାମ ନାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇ ନାହିଁ। ଅନ୍ୟପକ୍ଷରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଘରେ ଭିଜିଲାନ୍ସ ଚଢ଼ଉକୁ ନେଇ ଦଳୀୟ ନେତାଙ୍କ ମନରେ ଛନକା ପଶିଛି। ୨୦୧୪ରେ ଅନାମ ନାୟକ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।



from Odisha Reporter https://ift.tt/2FXk55x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages