କଟକ(ଓଡ଼ିଶା ରିପୋର୍ଟର): କଟକ ଏସ୍ସିବି ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି। ଆଇସିୟୁ ବେଡ୍ରେ ହ୍ୟାଣ୍ଡକପ୍ ଲାଗି ରହିଥିଲେ ମଧ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ଖୋଲତାଡ଼ ଚାଲିଛି। ଅଭିଯୁକ୍ତଜଣକ ହେଉଛି ଆଲୋକ କୁମାର ସାହୁ(୨୨)।
ଗତ ୪ ତାରିଖରେ ରଘୁନାଥପୁରର ଏକ ମଦ ଦୋକାନରୁ ଚୋରି ଅଭିଯୋଗରେ ପଚରାଉଚରା ପାଇଁ ଆଲୋକକୁ ଥାନାକୁ ଆଣିଥିଲା ପୁଲିସ୍ । କିନ୍ତୁ ସେଠାରେ ଶୌଚାଳୟକୁ ଯାଇଥିବା ବେଳେ ସେ ଫିନାଇଲ ପିଇ ଦେଇଥିଲା ।
ଗୁରୁତର ଅବସ୍ଥାରେ ପ୍ରଥମେ ତାକୁ ରଘୁନାଥପୁରର ଏକ ହସ୍ପିଟାଲରେ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ରଘୁନାଥପୁର ଥାନାର ୨ କର୍ମଚାରୀ ଜଗି ରହିଥିଲେ। ହେଲେ ଆଇସିୟୁରୁ କିପରି ଅଭିଯୁକ୍ତ ଚମ୍ପଟ ମାରିଲା, ଆଉ ଏ ସମ୍ପର୍କରେ ମେଡିକାଲ କର୍ମଚାରୀ ଓ ପୁଲିସ୍ ଜାଣିପାରିଲେ ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
from Odisha Reporter https://ift.tt/39XWiQH
No comments:
Post a Comment