ଡେରାଡୁନ: ସ୍ୱାମୀ ଏବଂ ସ୍ତ୍ରୀ ନିଜ ନିଜର ସୁଖ ପାଇଁ ଧୁମ୍ ମସ୍ତି କରୁଥୁଲେ। ହେଲେ ଗୋଟିଏ ଫୋନ୍ କଲ ଏହି ମସ୍ତିର ପୋଲ୍ ଖୋଲି ଦେଇଛି। ଉତ୍ତରାଖଣ୍ଡ ଉଧମ ସିଂହ ନଗର ସ୍ଥିତ କାଶୀପୁରର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ନାମରେ ଏବ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ ସ୍ତ୍ରୀ ଦେହ ବେପାରରେ ସାମିଲ୍ ଥିବା ସେ ଅଭିଯୋଗ ଆଣିଛନ୍ତି। ଫୋନ୍ କରି ସେ ଜଣେ କଲଗାର୍ଲକୁ ଡକାଇଥିଲେ। ହେଲେ ସେହି କଲ୍ ଗାର୍ଲ ତାଙ୍କ ପାଖରେ ପହଞ୍ଚିବାପରେ ତାଙ୍କର ହୋଶ୍ ଉଡ଼ିଯାଇଥିଲା। କାରଣ ସେହି କଲ୍ ଗାର୍ଲ ଜଣଙ୍କ ତାଙ୍କ ସ୍ତ୍ରୀ ଥିଲା।
ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ ମାମଲା ଏବେ ଥାନାରେ ପହଞ୍ଚିଛି। କଲ୍ ଗାର୍ଲ ବୋଲି ଅଭିଯୋଗର ଶିକାର ହେବା ପରେ ସଂପୃକ୍ତ ମହିଳା ମଧ୍ୟ ତାଙ୍କ ସ୍ୱାମୀଙ୍କ ନାମରେ ସମାନ ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ, ସଂପୃକ୍ତ ବ୍ୟକ୍ତି ଜଣଙ୍କ କୁଆଡ଼େ ଜାଣିବାକୁ ପାଇଥିଲେ ତାଙ୍କ ସ୍ତ୍ରୀ ଦେହ ବେପାର ସାଙ୍ଗକୁ ସେକ୍ସ ରାକେଟରେ ସାମିଲ୍ ରହିଛି।
କାଶୀପୁର ଏଏସପି ରାଜେଶ ଭଟ୍ଟ କହିଛନ୍ତି, ଏହି ମାମଲାର ପ୍ରାଥମିକ ତଦନ୍ତ ଚାଲିଛି। ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀ ନାମରେ ଦେହ ବେପାରରେ ସାମିଲ୍ ଥିବା ଅଭିଯୋଗ ଆଣିଛନ୍ତି।
ଅନ୍ୟପଟେ ମହିଳା ଜଣଙ୍କ କହିଛନ୍ତି, ତାଙ୍କୁ ବଦନାମ କରିବାକୁ ଯାଇ ଜଣେ ମହିଳା ଏଭଳି ଷଡ଼ଯନ୍ତ୍ର କରୁଛନ୍ତି। ସେହି ମହିଳାଙ୍କ ସହିତ ତାଙ୍କ ସ୍ୱାମୀ ଅନୈତିକ ସମ୍ପର୍କରେ ଲିପ୍ତ ଥିବା ମହିଳା ଜଣଙ୍କ ଥାନାରେ ଏତଲା ଦେଇଛନ୍ତି।
from Odisha Reporter https://ift.tt/2NXvW85
No comments:
Post a Comment