କିଏ ମାରିଲା ବାଜି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 25, 2020

କିଏ ମାରିଲା ବାଜି?

ମୁମ୍ବାଇ: ଗତକାଲି ଫିଲ୍ମି ଫ୍ରାଇଡେରେ ରିଲିଜ୍‌ ହୋଇଯାଇଛି ଦୁଇଟି ଜବରଦସ୍ତ ଫିଲ୍ମ। ଗୋତିଏ ହେଉଛି ବରୁଣ ଧବନ୍‌ ଓ ଶ୍ରଦ୍ଧା କପୁରଙ୍କ ‘ଷ୍ଟ୍ରୀଟ୍‌ ଡ୍ୟାନ୍‌ସର୍‌ 3D’ ଓ ଅନ୍ୟଟି ହେଉଛି ବଲିଉଡ୍‌ କୁଇନ୍ କଙ୍ଗନା ରାଣାୱତ୍‌ଙ୍କ ‘ପଙ୍ଗା’। ଦର୍ଶକଙ୍କ ଭିତରେ ଏହି ଦୁଇଟି ଯାକ ଫିଲ୍ମକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏବେ ସମସ୍ତଙ୍କ ନଜର ରହିଛି ଏହି ଦୁଇଟି ଫିଲ୍ମର ଓପନିଂ ଡେ’ କଲେକ୍ଶନ୍‌ ଉପରେ। ତା’ହେଲେ ଆସନ୍ତୁ ଜାଣିବା ପ୍ରଥମ ଦିନରେ କେଉଁ ଫିଲ୍ମ ବାଜି ମାରିଛି।

ବରୁଣ ଧବନ୍ ଓ ଶ୍ରଦ୍ଧା କପୁରଙ୍କ ମୋଷ୍ଟ ‌ଆୱେଟେଡ୍ ଫିଲ୍ମ ‘ଷ୍ଟ୍ରୀଟ୍‌ ଡ୍ୟାନ୍‌ସର୍‌ 3D’ ବାଜି ମାରିନେଇଛି। ବକ୍ସ ଅଫିସ୍‌ରେ ଧମାଲ କରୁଛି ଏହି ଫିଲ୍ମ। ଫିଲ୍ମରେ ଭାରତ ଓ ପାକିସ୍ତାନ ଟିମ୍ ମଧ୍ୟରେ ଡ୍ୟାନ୍ସ ପ୍ରତିଯୋଗିତାକୁ ବେଶ୍‌ ପସନ୍ଦ କରିଛନ୍ତି ଦର୍ଶକ। ଏହା ବକ୍ସ ଅଫିସରେ ଧମାକାଦାର ଓପନିଂ କରିଛି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ ଏହି ଫିଲ୍ମଟି ପ୍ରଥମ ଦିନରେ ୧୦.୨୬ କୋଟି ଟଙ୍କା ଆୟ କରିଛି । ଅବଶ୍ୟ ନିର୍ମାତା ରେମୋ ଡି’ ସୌଜା ଓ ପ୍ରଭୁଦେବା ଫିଲ୍ମର ଆୟ ପ୍ରଥମ ଦିନରେ ୧୪ ରୁ ୧୫ କୋଟି ହେବ ବୋଲି ଆଶା ରଖିଥିଲେ।

ଅନ୍ୟପଟେ ବଲିଉଡ୍ କୁଇନ୍ କଙ୍ଗନା ରଣାୱତ୍, ରିଚା ଚଢ଼ା ଓ ଜେସି ଗିଲ୍ ଷ୍ଟାରର ଫିଲ୍ମ ‘ପଙ୍ଗା’କୁ ‘ଷ୍ଟ୍ରୀଟ୍‌ ଡ୍ୟାନ୍‌ସର୍‌ 3D’ ତୁଳନାରେ କମ୍‌ ରେସପନ୍ସ ମିଳିଛି । ‘ପଙ୍ଗା’ ଫିଲ୍ମଟି ଜଣେ କବାଡ଼ି ଖେଳାଳିଙ୍କ ସଂଘର୍ଷ କାହାଣୀ ଉପରେ ଆଧାରିତ। ବିବାହ ପରେ କିପରି ସେ ଖେଳ ପାଇଁ ସଂଘର୍ଷ କରିଛନ୍ତି ଓ ପୁଣିଥରେ ଟ୍ରାକ୍‌କୁ ଫେରିଛନ୍ତି, ତାହା ଏହି ଫିଲ୍ମରେ ଦେଖାଯାଇଛି । ଫିଲ୍ମରେ କଙ୍ଗନାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି । କିନ୍ତୁ ସେହି ଅନୁସାରେ ଆୟ ହୋଇନି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ ଏହି ଫିଲ୍ମଟି ପ୍ରଥମ ଦିନରେ ୨.୭୦ କୋଟି ଟଙ୍କା ଆୟ କରିଛି ।

ସୂଚନା ଅନୁଯାୟୀ, ‘ପଙ୍ଗା’କୁ  ଭାରତରେ ୧,୪୫୦ ଓ ବିଦେଶରେ ୪୫୦ଟି ସ୍କ୍ରିନ୍ ମିଳିଛି । ଅର୍ଥାତ୍ ସମୁଦାୟ ୧୯୦୦ଟି ସ୍କ୍ରିନ୍‌ ମିଳିଛି । ଅନ୍ୟପଟେ  ‘ଷ୍ଟ୍ରୀଟ୍‌ ଡ୍ୟାନ୍‌ସର୍‌ 3D’କୁ ଭାରତରେ ୩ ହଜାର ୭୦୦ ଓ ବିଦେଶରେ ୬୭୦ ଟି ସ୍କ୍ରିନ୍ ମିଳିଛି। ଅର୍ଥାତ୍‌ ସମୁଦାୟ ୪ହଜାର ୩୭୦ଟି ସ୍କ୍ରିନ୍‌ରେ ଏହି ଫିଲ୍ମ ବର୍ତ୍ତମାନ ପ୍ରଦର୍ଶିତ ହେଉଛି।



from Odisha Reporter https://ift.tt/2Gizxtc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages