ଧନୁଷଙ୍କ ଫିଲ୍ମରେ ବିହାରୀ ଝିଅ ହେବେ ସାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 22, 2020

ଧନୁଷଙ୍କ ଫିଲ୍ମରେ ବିହାରୀ ଝିଅ ହେବେ ସାରା

ମୁମ୍ବାଇ: ସୁପରହିଟ୍‌ ଫିଲ୍ମ ‘ରାଞ୍ଝଣା’ ପରେ ପୁଣିଥରେ ଆନନ୍ଦ ଏଲ୍‌ ରୟ ଓ ସାଉଥ ସୁପରଷ୍ଟାର ଧନୁଷ ଏକାଠି କାମ କରିବାକୁ ଯାଉଛନ୍ତି।  ଆଉ ସବୁଠୁ ଭଲ କଥା ହେଉଛି ଏହି ଫିଲ୍ମରେ ଧନୁଷଙ୍କ ବିପକ୍ଷରେ ସାରା ଅଲୀ ଖାନ୍ ଅଭିନୟ କରିବେ। ଆନନ୍ଦ୍ ଏଲ୍‌ ରୟ ପରଦାରେ ଏହି ନୂଆ ଯୋଡ଼ିକୁ ଆଣିବାକୁ ପ୍ରସ୍ତୁତ ହୋଇ ସାରିଲେଣି।

ସୂଚନା ଅନୁଯାୟୀ, ଆନନ୍ଦ ଏଲ୍‌ ରୟଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମଟି ଏକ ରୋମାଣ୍ଟିକ କମେଡି ଡ୍ରାମା ହେବ। ଏଥିରେ ଲିଡ୍‌ ରୋଲ୍‌ରେ ଧନୁଷ ଓ ସାରା ଅଭିନୟ କରିବେ। ଫିଲ୍ମରେ ସାରାଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ। ସେ ବିହାରର ଜଣେ ଗାଉଁଳି ଝିଅ ଚରିତ୍ରରେ ଅଭିନୟ କରିବେ।

ନିଜ ଚରିତ୍ରକୁ ଉଚିତ୍ ନ୍ୟାୟ ଦେବା ପାଇଁ ସାରା ଏକ ୱାର୍କସପ୍‌ରେ ଭାଗ ନେବେ ବୋଲି ଜଣାପଡ଼ିଛି। ଏଥିସହ ବିହାରୀ ଭାଷା ଶିଖିବା ପାଇଁ ତାଙ୍କ ପାଇଁ ଜଣେ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ।

ସୂଚନାଯୋଗ୍ୟ, ସାରା ଆଗକୁ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ‘ଲଭ୍‌ ଆଜ୍‌ କଲ୍‌’ ଓ ବରୁଣ ଧୱନଙ୍କ ସହ ଫିଲ୍ମ ‘କୁଲି’ରେ ନଜର ଆସିବେ। ନିକଟରେ ତାଙ୍କ ଫିଲ୍ମ ‘ଲଭ୍ ଆଜ୍‌ କଲ୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ଏହାକୁ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି। ଫିଲ୍ମଟି ଫେବ୍ରୁଆରୀ ୧୪ ତାରିଖରେ ରିଲିଜ୍ ହେବ।



from Odisha Reporter https://ift.tt/2Rlwfvi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages