ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତକାଲି ରାତିରେ ନିର୍ମାଣାଧୀନ ଛାତ ଭୁଶୁଡିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଠିକାଦାର ଦିଲୀପ ଖଟେଇଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ଖୋଦ ଭୁବନେଶ୍ୱର ଡିପିସି ଅନୁପ ସାହୁ ଠିକାଦାର ଦିଲୀପଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଏୟାରପୋର୍ଟ ପରିସରରେ ନିର୍ମାଣ କାର୍ଯ୍ୟ କରୁଥିବା ଦିଲୀପ କନ୍ଷ୍ଟ୍ରକ୍ସନ୍ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଦିଲୀପ ଖଟେଇ। ଭୁବନେଶ୍ୱର ବିମାନ ବନ୍ଦରର ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ମଧ୍ୟରେ ଲିଙ୍କ୍ ବିଲ୍ଡିଂର ନିର୍ମାଣ କରୁଥିଲା ଏହି ସଂସ୍ଥା । ହେଲେ ଗତକାଲି ରାତିରେ ପ୍ରାୟ ୧୦ ହଜାର ବର୍ଗ ଫୁଟ୍ର ଏହି ଛାତ ଭୁଶୁଡ଼ି ପଡ଼ିଥିଲା ।
ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରତର ହୋଇ ପଡ଼ିଛନ୍ତି। ଏ ଅଘଟଣ ନେଇ ସଂସ୍ଥା ପକ୍ଷରୁ ଭାରି ଖାମଖିଆଲ ଢଙ୍ଗରେ ପ୍ରତିକ୍ରିୟା ଦିଆଯାଇଥିଲା। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଏ ଅଘଟଣ ପାଇଁ ଶ୍ରମିକମାନଙ୍କୁ ଦାୟୀ କରିଥିଲେ। ସେ କହିଥିଲେ, ଢଳେଇ କାମ ସରିଯାଇଥିଲା। ଅଧିକ ଓଜନ ପଡ଼ିବାରୁ ଛାତ ଭୁଶୁଡ଼ି ପଡ଼ିଲା। ନିର୍ମାଣ ପୂର୍ବରୁ ସବୁ କିଛି ଠିକ୍ ଭାବେ ଯାଞ୍ଚ କରାଯାଇଥିଲା। ଶ୍ରମିକଙ୍କ ସୁରକ୍ଷା ନେଇ ବି ବ୍ୟବସ୍ଥା କରାଯାଇଥିଲା। ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇ ନଥିବା ମଧ୍ୟ ସେ ନିଜ ସଫେଇରେ କହିଥିଲେ।
from Odisha Reporter https://ift.tt/2Rnhybl
No comments:
Post a Comment