ବେକାବୁ କୋରୋନା ଭାଇରସ, ୪୧ ମୃତ ୧୦୦୦ରୁ ଅଧିକ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 24, 2020

ବେକାବୁ କୋରୋନା ଭାଇରସ, ୪୧ ମୃତ ୧୦୦୦ରୁ ଅଧିକ ଆକ୍ରାନ୍ତ

ବେଜିଂ: ଆଜିଠୁ ଚୀନରେ ନୂଆବର୍ଷ ଆରମ୍ଭ ହୋଇଛି। ସାରା ଦେଶରେ ଉତ୍ସବର ମାହୋଲ ପରିବର୍ତ୍ତେ କୋରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି। ଏହି ଭାଇରସରେ ରହିଥିବା ସିଭିୟର ଆକ୍ୟୁଟ୍ ରେସ୍ପୋରେଟରୀ ସିଣ୍ଡ୍ରମ୍ (ଏସଏଆରଏସ) ପାଇଁ ଲୋକଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି। ଏହି କୋରାନା ଭାଇରସ ପାଇଁ ଏଯାବତ୍ ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଜି ୧୦୦୦ରୁ ଅଧିକ ଲୋକ ଏହି ଘାତକ ଭାଇରାସର ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ଏସିଆ, ଆମେରିକା ଏବଂ ୟୁରୋପ ମହାଦେଶକୁ ଏହି ଭାଇରସ ବ୍ୟାପୀଥିବା ଜଣାପଡ଼ିଛି।

ଏହି ଭାଇରସ ଧୀରେ ଧୀରେ ବ୍ୟାପୁଥିବାରୁ ଉହାନ ସମେତ ୧୩ଟି ସହରକୁ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏବେ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୭ ଜଣ ରୋଗୀ ଗୁରୁତର ରହିଛନ୍ତି। ଚୀନର ସବୁଠୁ ଅଧିକ ଲୋକ ବସବାସ କରୁଥିବା ସହର ଉହାନରେ ଏହି ଭାଇରସ ଦ୍ୱାରା ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ବୋଲି ହୁବେଇ ସ୍ୱାସ୍ଥ୍ୟ କମିଶନ କହିଛନ୍ତି।

ସେହିପରି ନିକଟରେ ୧୧ ଜଣ ଭାରତୀୟ ଚୀନରୁ ଫେରିଛନ୍ତି। କୋରାନା ଭାଇରସକୁ ନଜରରେ ରଖି ଏବେ ସେମାନଙ୍କୁ ଅବଜରଭେସନରେ ରଖାଯାଇଛି। ୧୧ ଜଣଙ୍କ ମଧ୍ୟରୁ କେରଳର ୭, ମୁମ୍ୱାଇର ୨ ଜଣ ଏବଂ ବେଙ୍ଗାଲୁରୁ ଓ ହାଇଦ୍ରାବାଦରୁ ଜଣେ ଲେଖାଏଁ ରହିଛନ୍ତି।

ଏବେ ଏହି ଭାଇରସ ଚୀନ ବ୍ୟତୀତ ଅନ୍ୟ ଦେଶକୁ ମଧ୍ୟ ବ୍ୟାପୀଛି। ଆଜି ଅଷ୍ଟ୍ରେଲିଆ ସରକାର କହିଛନ୍ତି, ନିକଟରେ ଚୀନରୁ ୫୦ ବର୍ଷୀୟ ବୟସ୍କ ଜଣେ ବ୍ୟକ୍ତି ଚୀନରୁ ଆସିଥିଲେ। ଏବେ ସେ କୋରାନା ଭାଇରସର ଶିକାର ହୋଇଥିବା ଅଷ୍ଟେଲିଆ କହିଛି। ସେହିପରି ଫ୍ରାନ୍ସରେ ତିନି ଜଣ ରୋଗୀ ଏହି ଅଜଣା ଭାଇରସ ଆକ୍ରମଣର ଶିକାର ହୋଇ ଚିକିତ୍ସାଧୀନ ରହିଛନ୍ତି। ହେଲେ ଭାଇରସ ବାବଦରେ ଫ୍ରାନ୍ସ ପକ୍ଷରୁ କିଛି କୁହାଯାଇନି। ଆମେରିକା ଚିକୋଗୋର ଜଣେ ୬୦ ବର୍ଷୀୟ ବୟସ୍କ ମହିଳା ଚୀନରୁ ନିକଟରେ ଫେରିଥିଲେ। ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ପୂର୍ବରୁ ମଧ୍ୟ ଆମେରିକା ଆସିଥିବା ଜଣେ ଚୀନ ନାଗରିକ ହଠାତ୍ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଆମେରିକା ପକ୍ଷରୁ କୁହାଯାଇଛି।

ନୂଆବର୍ଷରେ ଲୋକମାନେ ଭ୍ରମଣ କରିଥାନ୍ତି। ଏହାକୁ ନଜରରେ ରଖି ଅନେକ ସ୍ଥାନରେ ପରିବହନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ସୂଚନାଯୋଗ୍ୟ, ୨୦୦୨ରେ ଏହି କୋରାନା ଭାଇରସ ଦେଖିବାକୁ ମିଳିଥିଲା। ୨୫ଟି ଦେଶକୁ ଏହି ଭାଇରସ ସେତେବେଳେ ବ୍ୟାପୀଯାଇଥିଲା। ଏଥିରେ ୮୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।



from Odisha Reporter https://ift.tt/2GmIvFH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages