‘ବାଚସ୍ପତିଙ୍କ ନିଷ୍ପତ୍ତି ସବୁବେଳେ ନିରପେକ୍ଷ ନୁହେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 20, 2020

‘ବାଚସ୍ପତିଙ୍କ ନିଷ୍ପତ୍ତି ସବୁବେଳେ ନିରପେକ୍ଷ ନୁହେଁ’

ନୂଆଦିଲ୍ଲୀ: ସାଂସଦ ଏବଂ ବିଧାୟକଙ୍କ ବାଚସ୍ପତି ଅଯୋଗ୍ୟ ଘୋଷିତ କରିବା ମାମଲାରେ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ରଖିଛନ୍ତି। ବାଚସ୍ପତି ଏକ ରାଜନୀତିକ ଦଳର ସଦସ୍ୟ। ତେଣୁ ସବୁବେଳେ ତାଙ୍କର ନିଷ୍ପତ୍ତି ନିରପେକ୍ଷ ବୋଲି କହିହେବନି। ଏଥିପାଇଁ ସଂସଦକୁ ଚିନ୍ତା କରିବାର ଆବଶ୍ୟକତା ରହିଛି। ବିଧାୟକ ଏବଂ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତିରେ ଅନେକ ବିଳମ୍ୱ ହେଉଥିବାର ନଜିର ରହିଛି। ତେଣୁ ତାଙ୍କ ନିଷ୍ପତ୍ତିକୁ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ସ୍ୱାଧୀନ କମିଟି ବା ଟ୍ରିବ୍ୟୁନାଲ ଗଠନ କରାଯାଇ ବାଚସ୍ପତିଙ୍କ ନିଷ୍ପତ୍ତିର ସମୀକ୍ଷା କରାଯିବା ଦରକାର ବୋଲି କୋର୍ଟ କହିଛନ୍ତି।

ସଂସଦରେ ଏ ସମ୍ପର୍କରେ ବିଚାର କରାଯାଇ ଆଇନ ଆଣିବାର ଆବଶ୍ୟକତା ରହିଛି। ବାଚସ୍ପତିଙ୍କ ନିଷ୍ପତ୍ତିର ସମୀକ୍ଷା ଟ୍ରିବ୍ୟୁନାଲ ଦ୍ୱାରା ହେବା ଦରକାର। ଏହି ଟ୍ରିବ୍ୟୁନାଲର ଅବସରପ୍ରାପ୍ତ ବିଚାରପତି ଏବଂ ଟ୍ରିବ୍ୟୁନାଲର ସ୍ଥାୟୀ ସଦସ୍ୟ ରଖାଯିବାର ବ୍ୟବସ୍ଥା କରିବା ଦରକାର। ଏହି ଟ୍ରିବ୍ୟୁନାଲରେ ସାଂସଦ ଏବଂ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ନିଷ୍ପତ୍ତି ନିଆଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

ମଣିପୁରରେ କଂଗ୍ରେସ ବିଧାୟକ ଫଜୁର ରହିମ ଏବଂ କେ. ମେଘଚନ୍ଦ୍ର, ମନ୍ତ୍ରୀ ଶ୍ୟାମକୁମାରଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରୁଥିବା ବେଳେ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି। ଶ୍ୟାମକୁମାର କଂଗ୍ରେସ ଟିକେଟରେ ମଣିପୁର ବିଧାନସଭାକୁ ୧୧ ଥର ନିର୍ବାଚିତ ହୋଇଥିଲେ। ନିକଟରେ ସେ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ମଣିପୁରର ଏନଡିଏ ସରକାରରେ ମନ୍ତ୍ରୀ ହୋଇଥିଲେ।

ଏବେ କୋର୍ଟ ମଣିପୁର ବାଚସ୍ପତିଙ୍କୁ ୪ ସପ୍ତାହ ମଧ୍ୟରେ ମାମଲାର ଶୁଣାଣି କରିବାକୁ କହିଛନ୍ତି। ଯଦି ବାଚସ୍ପତି ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନନେବେ ତା’ହେଲେ ଆବେଦନକାରୀ ପୁଣିଥରେ ସୁପ୍ରିମକୋର୍ଟ ଆସିପାରନ୍ତି।



from Odisha Reporter https://ift.tt/2RdARnm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages