ମୂଳା ପରଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

ମୂଳା ପରଟା

ଆବଶ୍ୟକୀୟ ସାମଗ୍ରୀ: ମୂଳା, ପିଆଜ, ଅଟା, କଳାଜିରା, ଜୁଆଣି, କଞ୍ଚାଲଙ୍କା, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୂଳାରୁ ଚୋପା ଛଡ଼ାଇ ତା’କୁ କଦୁକସ୍‌ କରି ବା କୋରି ରଖନ୍ତୁ। ଏବେ ପିଆଜକୁ ଛୋଟ କରି କାଟି ରଖନ୍ତୁ।  ତା’ପରେ କଡ଼େଇରେ ତେଲ ଗରମ କରି ସେଥିରେ କଞ୍ଚାଲଙ୍କା, କଳାଜିରା ଓ ଜୁଆଣି ପକାଇ ଫୁଟାନ୍ତୁ। ଏହାପରେ କଟା ପିଆଜ, ମୂଳା କୋରା ଓ ଲୁଣ ପକାନ୍ତୁ।  ମୂଳାର ଗନ୍ଧ ଯିବା ଯାଏ ଓ ପାଣି ମରିବା ଯାଏ ଭାଜନ୍ତୁ। ମୂଳା ଭାଜି ହୋଇଗଲେ ଏହାକୁ କାଢ଼ି ଥଣ୍ଡା କରନ୍ତୁ।

ମନେ ରଖନ୍ତୁ, ଏସବୁ କରିବାର ପ୍ରାୟ ଅଧାଘଣ୍ଟା ପୂର୍ବରୁ ଅଟାକୁ ଉଷୁମ ପାଣିରେ ଦଳି ରଖି ଦେଇଥିବେ। ମୂଳା କଷା ଥଣ୍ଡା ହେଲେ ଏହାକୁ ଅଟା ଗୁଳା ମଝିରେ ପୁର ଭଳି ଭର୍ତ୍ତି କରି ବନ୍ଦ କରିଦିଅନ୍ତୁ। ଏବେ ଏହାକୁ ରୁଟି ସାଇଜର ବେଲି ତାୱାରେ ପକାନ୍ତୁ। ଦୁଇପଟ ହାଲକା ସେକି ହୋଇଗଲେ ଏଥିରେ ଅଳ୍ପ ତେଲ ମାରି ପୁଣି ହାଲକା ସେକନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ମୂଳା ପରଟା’। ଏହାକୁ ଚଟଣି ବା ତରକାରି ସହିତ ପରଷନ୍ତୁ।

 



from Odisha Reporter https://ift.tt/2QRyHtx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages