ଦିଲ୍ଲୀ ମେଟ୍ରୋରେ ୧୪୯୩ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଏପରି କରନ୍ତୁ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

ଦିଲ୍ଲୀ ମେଟ୍ରୋରେ ୧୪୯୩ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ୧୪୯୩ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନର ଶେଷ ତାରିଖ ୧୩ ଜାନୁଆରୀ ରହିଥିଲା। ଏହାକୁ ବୃଦ୍ଧି କରାଯାଇ ୨୦ ଜାନୁଆରୀ କରାଯାଇଛି। ଇଚ୍ଛୁକ ଆବେଦନକାରୀ ବିଳମ୍ୱ ନକରି ଅନଲାଇନ୍‌ରେ ଏହାର ଆବେଦନ କରନ୍ତୁ।

ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ : ୧୪୯୩

ରେଗୁଲାର୍‌ ଏକ୍‌ଜିକ୍ୟୁଟିଭ୍‌ : ୬୦

ରେଗୁଲାର୍‌ ନନ୍‌ଏକ୍‌ଜିକ୍ୟୁଟିଭ୍‌ : ୯୨୯

ଏକ୍‌ଜିକ୍ୟୁଟିଭ୍‌ କଣ୍ଟ୍ରାକ୍ଟ (୨ ବର୍ଷ) : ୧୦୬

ନନ୍‌ଏକ୍‌ଜିକ୍ୟୁଟିଭ୍‌ କଣ୍ଟ୍ରାକ୍ଟ : ୩୯୮

ଶିକ୍ଷାଗତ ଯୋଗ୍ୟତା

ଅଲଗା ଅଲଗା ପଦବୀକୁ ନେଇ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଏହି ବିଷୟରେ ଅଧିକ ସୂଚନା ପାଇଁ ଅଫିସିଆଲ୍‌ ୱେବସାଇଟ୍‌ https://ift.tt/SDCWF7 ରେ ଥିବା ନୋଟିଫିକେସନ୍‌କୁ ଚେକ୍‌ କରନ୍ତୁ।

ପଦବୀ ଅନୁଯାୟୀ ବୟସସୀମା

ରେଗୁଲାର୍‌ ଏକ୍‌ଜିକ୍ୟୁଟିଭ୍‌ ଓ ନନ୍‌ଏକ୍‌ଜିକ୍ୟୁଟିଭ୍‌ କଣ୍ଟ୍ରାକ୍ଟ ପଦବା ପାଇଁ ୧୮ରୁ ୨୮ ବର୍ଷ ବୟସସୀମା ରହିଛି।

ସେହିପରି ରେଗୁଲାର୍‌ ନନ୍‌ଏକ୍‌ଜିକ୍ୟୁଟିଭ୍‌ ଓ ଏକ୍‌ଜିକ୍ୟୁଟିଭ୍‌ କଣ୍ଟ୍ରାକ୍ଟ ପଦବୀ ପାଇଁ ବୟସସୀମା ୧୮ରୁ ୩୦ ବର୍ଷ ରହିଛି।

ଏପରି କରନ୍ତୁ ଆବେଦନ

– ଇଚ୍ଛୁକ ଆବେଦନକାରୀ ଆବେଦନ କରିବା ପାଇଁ https://ift.tt/SDCWF7 ୱେବସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

– ୱେବସାଇଟ୍‌ରେ ଥିବା Advertisement – DMRC/HR/Rectt./I/2019 ସେକ୍‌ସନକୁ ଯାଆନ୍ତୁ।

– ଏହାପରେ New Registrationରେ କ୍ଲିକ୍‌ କରନ୍ତୁ।

– ଏଠାରେ ନିଜର ମୋବାଇଲ୍‌ ନମ୍ୱର, ଇମେଲ୍‌ ଆଇଡି ଓ ଅନ୍ୟାନ୍ୟ ସୂଚନା ଦିଅନ୍ତୁ।

– ଏହାପରେ ଆପଣଙ୍କ ରେଜିଷ୍ଟ୍ରେସନ୍ ନମ୍ୱର ଜେନେରେଟ୍‌ ହୋଇଯିବ।

– ପରେ ୱେବସାଇଟ୍‌ରେ ଥିବା Applicant Loginରେ କ୍ଲିକ୍ କରନ୍ତୁ।

– ନିଜର ୟୁଜର ଆଇଡି ଓ ପାସୱାର୍ଡ ସବ୍‌ମିଟ୍‌ କରନ୍ତୁ।

– ଆପ୍ଲିକେସନ୍‌ ଫର୍ମ ଫିଲ୍‌ ଅପ୍ କରନ୍ତୁ।

– ଶେଷରେ ଆପ୍ଲିକେସନ୍‌ ଫି ଦେଇ ସାରିବା ପରେ ଫର୍ମଟିକୁ ଡାଉନଲୋଡ୍‌ କରିନିଅନ୍ତୁ।



from Odisha Reporter https://ift.tt/35OcsbS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages