ନୂଆଦିଲ୍ଲୀ: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣିତ କରିବାକୁ ଲକ୍ଷ୍ୟ ରଖିଥିବା ମୋଦି ସରକାର ୨୦୨୦-୨୧ ପୂର୍ଣ୍ଣାଙ୍ଗ ବଜେଟରେ ଏକାଧିକ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, କୃଷିର ଉନ୍ନତି ପାଇଁ ମୋଦି ସରକାର ୧୬ ସୂତ୍ରୀ ବିଶିଷ୍ଟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ବଜେଟରେ କୃଷି, ଜଳ ସେଚନ ଓ ଗ୍ରାମୀଣ ବିକାଶ ପାଇଁ ୨.୮୩ ଲକ୍ଷ କୋଟିର ବ୍ୟୟବରାଦ ହୋଇଛି।
ଜଳାଭାବ ଥିବା ୧୦୦ଟି ଜିଲ୍ଲାରେ କୃଷିର ଉନ୍ନତି ପାଇଁ ବିଶେଷ ବ୍ୟବସ୍ଥା କରାଯିବ। ୨୦ ଲକ୍ଷ ଚାଷୀଙ୍କୁ ସବସିଡିରେ ସୋଲାର ପମ୍ପ ଦିଆଯିବ। ଅନ୍ୟ ୫୦ ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ଚାଳିତ ପମ୍ପ ଯୋଗାଇ ଦିଆଯିବ।
ଜମିରେ ଅତିମାତ୍ରାରେ ସାର ପ୍ରୟୋଗ ନକରିବା ଉପରେ ମୋଦି ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବେ। ଯେତିକି ସାର, ଜଳ ଆବଶ୍ୟକ ସେତିକି ପ୍ରୟୋଗ କରାଯିବା ଉପରେ ଗୁରୁତ୍ୱ ଦିଆଯିବ।
ଗ୍ରାମୀଣ ମହିଳାଙ୍କ ପାଇଁ ଆରମ୍ଭ ହେବ ଧନଲକ୍ଷ୍ମୀ ଯୋଜନା। ପଚନଶୀଳ ଦ୍ରବ୍ୟ ଚାଲାଣ ପାଇଁ କିଷାନ ରେଳ ପ୍ରଚଳନ ହେବ। କୃଷି ଦ୍ରବ୍ୟ ପରିବହନ ପାଇଁ ଆରମ୍ଭ ହେବ କୃଷି ଉଡ଼ାନ ଯୋଜନା।
ବେସାମରିକ ବିମାନ ଚଳାଚଳ ବିଭାଗ ଏହି କୃଷି ଉଡ଼ାନ ଯୋଜନା ଆରମ୍ଭ କରିବ। ଉଦ୍ୟାନ କୃଷି ପାଇଁ ଏକ ଜିଲ୍ଲା, ଏକ ଉତ୍ପାଦନ ବ୍ୟବସ୍ଥା ଲାଗୁ ହେବ। ୨୦୨୦-୨୧ ପାଇଁ ୧୫ ଲକ୍ଷ କୋଟିର କୃଷି ଋଣ ବଣ୍ଟନ କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି। ଆସ୍ପାଇରାସନାଲ ଇଣ୍ଡିଆରେ କୃଷି, ଜଳସେଚନକୁ ଗୁରୁତ୍ୱ ଦିଆଯିବ। ଆସ୍ପାଇରାସନାଲ ଇଣ୍ଡିଆରେ ଗ୍ରାମ୍ୟ ଉନ୍ନୟନକୁ ଗୁରୁତ୍ୱ ଦିଆଯିବ। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ମତ୍ସ୍ୟଚାଷ, ଗୋପାଳନ ଆଦି ଅଣପାରମ୍ପରିକ କୃଷିକୁ ଗୁରୁତ୍ୱ।
from Odisha Reporter https://ift.tt/2GIf7Kb
No comments:
Post a Comment