ମୋହନା (ମିହିର ଜତି): ଗଜପତି ଜିଲ୍ଲା ଅଡ଼ବା କିଓସ୍କୋ ବ୍ୟାଙ୍କର ପରିଚାଳକ ବଲଜି ରେଡ୍ଡୀଙ୍କ ବାଇକ୍ର ଡିକି ଭାଙ୍ଗି କେହି ଦୁର୍ବୃତ୍ତ ୨ ଲକ୍ଷ ୭୨ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।
ଗତକାଲି ଅପରାହ୍ଣରେ ସେ ମୋହନା ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ୨ ଲକ୍ଷ ୭୨ ହଜାର ଟଙ୍କା ଉଠାଇଥିଲେ। ଏହାପରେ ଏହିସବୁ ଟଙ୍କାକୁ ତାଙ୍କ ବାଇକ୍ ଡିକିରେ ରଖିଥିଲେ। ହେଲେ କିଛି ଜିନିଷ ଆଣିବାକୁ ସେ ଏଟିଏମ୍ ସାମ୍ନାରେ ବାଇକକୁ ରଖି ବଜାରକୁ ଯାଇଥିଲେ। ସେହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ବାଇକ୍ର ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ।
ଏନେଇ ପୁଲିସ୍ ଏକ ମାମଲା ରୁଜୁ କରି ଏଟିଏମରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ଯାଞ୍ଚ କରୁଛି। ଅଭିଯୁକ୍ତ ଖୁବଶୀଘ୍ର ଧରାପଡ଼ିବ ବୋଲି ପୁଲିସ କହିଛି।
from Odisha Reporter https://ift.tt/3a1VryA
No comments:
Post a Comment