୨୩ ଶିଶୁ ସୁରକ୍ଷିତ ଉଦ୍ଧାର, ପୁଲିସ୍‌ ଗୁଳିରେ ଟଳିଲା ବନ୍ଧକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 30, 2020

୨୩ ଶିଶୁ ସୁରକ୍ଷିତ ଉଦ୍ଧାର, ପୁଲିସ୍‌ ଗୁଳିରେ ଟଳିଲା ବନ୍ଧକ

ଲକ୍ଷ୍ନୌ: ଏକ ଜନ୍ମଦିନ ପାର୍ଟିକୁ ଯାଇ ଉତ୍ତରପ୍ରଦେଶ ଫାରୁକାବାଦ ଜିଲ୍ଲାରେ ପ୍ରାୟ ୧୦ ଘଣ୍ଟା ବନ୍ଦୀ ରହିଥିବା ୨୩ ପିଲାଙ୍କୁ ଗତ ରାତିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୁଲିସ୍‌ ସହ ଗୁଳି ବିନିମୟ ବେଳେ ଟଳି ପଡ଼ିଛି ବନ୍ଧକ। ଏହି ଅପରେସନ୍‌ରେ ସାମିଲ ପୁଲିସ୍‌ ଟିମ୍‌ର ସାହସିକତା ପାଇଁ ସମସ୍ତ ଶିଶୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ତେଣୁ ଏହି ଟିମ୍‌ ନିମନ୍ତେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।

ମୃତ ବନ୍ଧକଙ୍କ ନାଁ ସୁଭାଷ ବାଥମ ବୋଲି ଜଣାପଡ଼ିଛି। ହତ୍ୟା ଅଭିଯୁକ୍ତକାରୀ ଏହି ବନ୍ଧକଜଣକ ଜାମିନରେ ଫେରି ନିଜ ଘରେ ନିଜର ବର୍ଷକର ଝିଅ ଓ ପତ୍ନୀଙ୍କ ସମେତ ୨୦ରୁ ଅଧିକ ପିଲାଙ୍କୁ ବନ୍ଦୀ କରି ରଖିଥିଲା। ଗତକାଲି ରାତିରେ ସେମାନଙ୍କୁ ଉଦ୍ଧାର ବେଳେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା ସୁଭାସ। ପୁଲିସ୍‌ର ପାଲଟା ଗୁଳିରେ ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପୁଲିସ୍‌ର କହିବାନୁସାରେ,  ଅଭିଯୁକ୍ତ ସୁଭାଷ ଝିଅର ଜନ୍ମଦିନ ପାଳନ କରିବାର ଲୋଭ ଦେଖାଇ ପଡ଼ୋଶୀ ପିଲାଙ୍କୁ ଘରକୁ ଆମନ୍ତ୍ରଣ କରିଥିଲା। ସମସ୍ତ ପିଲା ଘର ଭିତରକୁ ପ୍ରବେଶ କରିବା ପରେ ଅପହରଣକାରୀ ତୁରନ୍ତ ସେମାନଙ୍କୁ ବନ୍ଧୁକ ଦେଖାଇ ବନ୍ଦୀ କରି ନେଇଥିଲା। ଏହି ବନ୍ଦୀମାନଙ୍କ ଭିତରେ ଅପହରଣକାରୀର ପତ୍ନୀ ଓ ବର୍ଷକର ଝିଅ ବି ଥିଲା।

ଯେତେବେଳେ ପିଲାମାନେ ସେମାନଙ୍କ ଘରକୁ ଫେରି ନ ଥିଲେ, କିଛି ପଡ଼ୋଶୀ ସୁଭାଷଙ୍କ ଘରର କବାଟ ବାଡ଼େଇଥିଲେ। ଏହି ସମୟରେ ବନ୍ଧକ ପଡ଼ୋଶୀଙ୍କ ଉପରକୁ ଗୁଳି ଚଳାଇଥିଲେ।

ଏତେ ସଂଖ୍ୟକ ପିଲା ବନ୍ଧକ ରହିଥିବା ଖବର ଜଣାପଡ଼ିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିପରି ଭାବେ ସମସ୍ତେ ସୁରକ୍ଷିତ ଉଦ୍ଧାର କରାଯାଇପାରିବ ସେନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଘଟଣାସ୍ଥଳରେ ୟୁପି ପୁଲିସ୍‌ର STF କମାଣ୍ଡୋ, ATS ବା ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍‌ ପହଞ୍ଚିଥିଲେ।

ଖବର ପାଇ ପୁଲିସ୍ ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ବନ୍ଧକ ଜଣକ ପୁଲିସ୍‌ ଉପରକୁ ମଧ୍ୟ ଗୁଳି ଚଳାଇଥିଲା। ପ୍ରାୟ ୧୦ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲା ପୁଲିସ୍‌।



from Odisha Reporter https://ift.tt/2S42C0T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages