ବାଇକ୍‌ ଧକ୍କାକୁ ନେଇ ଯୁବକଙ୍କୁ ଛୁରାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 30, 2020

ବାଇକ୍‌ ଧକ୍କାକୁ ନେଇ ଯୁବକଙ୍କୁ ଛୁରାମାଡ଼

ସମ୍ୱଲପୁର(ସମୀର ଷଡ଼ଙ୍ଗୀ): ସମ୍ୱଲପୁର ଫାଟକ ଅଞ୍ଚଳର ଦେହେରୀପାଲି ଜନଗହଳି ରାସ୍ତାରେ ବାଇକ୍‌ ଧକ୍କାକୁ ନେଇ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଆହତ ଯୁବକଙ୍କ ନାଁ ଅମନ ସିଂ।  ଅମନଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି।

ଗତକାଲି ସନ୍ଧ୍ୟାରେ ବୁଢ଼ାରାଜା ଦେହେରୀପାଲିରୁ କିଛି ଯୁବକ ବାଇକ୍‌ରେ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଅମନ ତାଙ୍କ ବାଇକ୍‌ରେ ଆସୁଥିଲେ। ତେବେ ବାଇକ୍‌ରେ ଆସୁଥିବା ଯୁବକଙ୍କ ଗାଡ଼ି ସହ ଅମନଙ୍କ ଗାଡ଼ିର ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉକ୍ତ ଯୁବକମାନେ ଅମନଙ୍କୁ  ଛୁରୀରେ ଆକ୍ରମଣ କରିଥିଲେ। ସମସ୍ତ ଯୁବକ ନିଶାଶକ୍ତ  ଥିବା ଅମନ କହିଛନ୍ତି।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।



from Odisha Reporter https://ift.tt/3aT5pTn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages