ମୁମ୍ବାଇ: ଇଣ୍ଟରନେଟ୍ରେ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ସଙ୍ଗୀତ କୁମାର ନାମକ ଜଣେ ୩୨ ବର୍ଷୀୟ ଯୁବକ ଦାବି କରିଛନ୍ତି ଯେ ସେ ହେଉଛନ୍ତି ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପୁଅ। ଏହି ଯୁବକ ଜଣଙ୍କ କର୍ଣ୍ଣାଟକର ମେଙ୍ଗାଲୁରୁର ବାସିନ୍ଦା। ୨୦୧୮ ମସିହାରେ ଏହି ଭିଡିଓଟିକୁ ପ୍ରସ୍ତୁତ କରାଯାଇଥିବା ବେଳେ ସଙ୍ଗୀତ ଏଥିରେ ଦାବି କରିଛନ୍ତି ଯେ ୧୧୮୮ ମସିହାରେ ଲଣ୍ଡନରେ ଆଭିଏଫ୍ (In vitro fertilisation) ପ୍ରଣାଳୀରେ ତାଙ୍କର ଜନ୍ମ ହୋଇଥିଲା।
ସେ ଆହୁରି ବି ଦାବି କରିଛନ୍ତି ଯେ ଐଶ୍ୱର୍ଯ୍ୟାଙ୍କ ମାତାପିତା ଦୁଇବର୍ଷ ପର୍ଯ୍ୟନ୍ତ ତାଙ୍କର ଦେଖାଶୁଣା କରିଥିଲେ। ତା’ପରେ ତାଙ୍କ ପିତା ୱଦିଭେଲୁ ରେଡ୍ଡୀ ତାଙ୍କୁ ନେଇ ବିଶାଖାପଟ୍ଟନମ୍ ଚାଲିଆସିଥିଲେ।
ସଙ୍ଗୀତ ଅଭିଯୋଗ କରିଛନ୍ତି ଯେ ତାଙ୍କ ସମ୍ପର୍କୀୟମାନେ ତାଙ୍କ ଜନ୍ମର ସମସ୍ତ ରେକର୍ଡ଼ପତ୍ର ନଷ୍ଟ କରିଦେଇଛନ୍ତି। ଏଥିସହ ସେ ମୁମ୍ବାଇ ସିଫ୍ଟ ହୋଇ ମା’ ଐଶ୍ୱର୍ଯ୍ୟାଙ୍କ ସହ ରହିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି।
ଜଣାଇଦେବାକୁ ଚାହୁଁ ଯେ ସଙ୍ଗୀତଙ୍କ ଜନ୍ମ ସମୟରେ ଅର୍ଥାତ୍ ୧୯୮୮ରେ ଐଶ୍ୱର୍ଯ୍ୟାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ସୋଶାଲ୍ ମିଡିଆରେ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଆସୁଛି। ଅଧିକାଂଶ ସଙ୍ଗୀତଙ୍କୁ ଟ୍ରୋଲ୍ କରୁଛନ୍ତି। ତେବେ ଏ ମାମଲାରେ ଏଯାଏ ଐଶ୍ୱର୍ଯ୍ୟାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଐଶ୍ୱର୍ଯ୍ୟା ଅନେକ ଦିନ ହେଲାଣି ପରଦାରୁ ଦୂରେଇ ଅଛନ୍ତି। ଶେଷଥର ପାଇଁ ୨୦୧୮ରେ ତାଙ୍କୁ ଫିଲ୍ମ ‘ଫନେ ଖାନ୍’ରେ ଦେଖିବାକୁ ମିଳିଥିଲା। ହେଲେ ଆଗକୁ ସେ ମଣିରତ୍ନମଙ୍କ ତମିଲ୍ ଫିଲ୍ମ ‘Ponniyin Selvan’ରେ ନଜର ଆସିବେ। ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଗଲାଣି। ଦର୍ଶକ ଐଶ୍ୱର୍ଯ୍ୟାଙ୍କୁ ପୁଣିଥରେ ପରଦାରେ ଦେଖିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଜଣେ ମହିଳା ନିଜକୁ ବଲିଉଡ୍ ଗାୟିକା ଅନୁରାଧା ପୌଡ଼ୱାଲ୍ଙ୍କ ଝିଅ ବୋଲି ଦାବି କରିବା ସହିତ ତାଙ୍କ ସମ୍ପତ୍ତିରୁ ଭାଗ ଓ କ୍ଷତିପୂରଣ ଦାବି କରିଥିଲେ।
from Odisha Reporter https://ift.tt/30cO0ju
No comments:
Post a Comment