ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଭଲ ପାଏ ତତେ ୧୦୦ରୁ ୧୦୦’। ଏହା ମାଧ୍ୟମରେ ଓଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଶୀତଲ୍। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ବାବୁସାନ୍। ଫିଲ୍ମଟି ହିଟ୍ ହୋଇଥିଲା। ତା’ପରେ ଆଉ କିଛି ଫିଲ୍ମରେ ସେ ଅଭିନୟ କରିଥିଲେ। ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ମିଷ୍ଟର ମଜ୍ନୁ’ରେ ମଧ୍ୟ ତାଙ୍କୁ ଲିଡ୍ ରୋଲ୍ରେ ଦେଖିବାକୁ ମିଳିଥିଲା। ଏପର୍ଯ୍ୟନ୍ତ ସେ ଓଲିଉଡ୍ର ଦୁଇ ଜଣ ସୁପରଷ୍ଟାର୍ ବାବୁସାନ୍ ଓ ଅରିନ୍ଦମଙ୍କ ସହ କାମ କରିସାରିଥିବା ବେଳେ ଆଗକୁ ଅନୁଭବଙ୍କ ସହ କାମ କରିବାକୁ ସେ ଇଚ୍ଛା ରଖିଛନ୍ତି।ନିକଟରେ ତରଙ୍ଗରେ ପ୍ରସାରିତ ହେଉଥିବା ‘ଆମ ରାଜାବାବୁ ଘର ଖାନା’ର ଏକ ଏପିସୋଡ୍ରେ ଯୋଗଦେଇ ଶୀତଲ୍ ଏ କଥା କହିଥିଲେ।
ଯଦି କେବେ ବଲିଉଡ୍ରେ କାମ କରିବାର ସୁଯୋଗ ମିଳେ, ତା’ହେଲେ ସେ କେଉଁ ଅଭିନେତାଙ୍କ ସହ କାମ କରିବାକୁ ଚାହିଁବେ ବୋଲି ଏହି ଶୋ’ରେ ତାଙ୍କୁ ପଚରା ଯାଇଥିଲା। ଏହାର ଜବାବରେ ଶୀତଲ କହିଥିଲେ ଯେ ସେ ପିଲାଟି ଦିନରୁ ଶାହାରୁଖ୍ ଖାନ୍ଙ୍କ ଫିଲ୍ମ ଦେଖି ଆସୁଛନ୍ତି। ତେଣୁ ଯଦି ସୁଯୋଗ ମିଳେ ତାଙ୍କ ସହିତ କାମ କଲେ ଖୁସି ହେବେ।
ସେହିଭଳି କେବେ ସେ ବଲିଉଡ୍ରେ କାମ ପାଇବା ପାଇଁ ଚେଷ୍ଟା କରିଛନ୍ତି କି ବୋଲି ମଧ୍ୟ ପଚରାଯାଇଥିଲା। ଏହାର ଉତ୍ତରର ଶୀତଲ କହିଥିଲେ ଯେ ସେ କେବେ ବି ଏଭଳି ପ୍ରଚେଷ୍ଟା କରି ନାହାନ୍ତି। କାରଣ ସେ ଏବେ ମେଡିକାଲ୍ ପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି।
ସୂଚନାଯୋଗ୍ୟ, ‘ଭଲ ପାଏ ତତେ ୧୦୦ରୁ ୧୦୦’ ଓ ‘ମିଷ୍ଟର୍ ମଜ୍ନୁ’ ସହିତ ‘ସୁନା ପିଲା- ଟିକେ ସ୍କୃ ଢିଲା’, ‘ଦିଲ୍ ଦିୱାନା’, ‘ତୁ ଯେ ସେଇ’ ଓ ‘ପ୍ରେମରେ ପ୍ରେମରେ’ ଭଳି ଫିଲ୍ମରେ କାମ କରିଛନ୍ତି ଶୀତଲ୍।
from Odisha Reporter https://ift.tt/37u2RZA
No comments:
Post a Comment