ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସଡ଼କରୁ କୋର୍ଟ ଆଲୋଚନା ଚାଲିଛି। ଏହାରି ଭିତରେ ସିପିଏମ ମହାସଚିବ ସୀତାରାମ ୟେଚୁରୀ ନାଗରିକତା ସଂଶୋଧନ ଆଇନକୁ ଏମରଜେନ୍ସି (ଜରୁରୀକାଳୀନ) ସହ ତୁଳନା କରି ଟୁଇଟ୍ କରିଛନ୍ତି।
ସିଏଏ ସଂସଦରେ ଗୃହୀତ ହୋଇଛି। ତେଣୁ ଏହାକୁ ନେଇ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ। ଯେଉଁମାନେ ଏଭଳି ମତ ରଖୁଛନ୍ତି ସେମାନଙ୍କୁ ମନେ ରଖିବାକୁ ହେବ ଯେ ଦେଶରେ ଏମରଜେନ୍ସି ଲାଗୁ ହେବ ବୋଲି ସଂସଦରେ ମଧ୍ୟ ଗୃହୀତ ହୋଇଥିଲା। ସେତେବେଳେ ଆମେ ମାନେ ଏବଂ ଏବେର ଶାସକ ଦଳ ମଧ୍ୟ ଗଣତନ୍ତ୍ରକୁ ସୁରକ୍ଷା ଦେବାକୁ ଯାଇ ଲଢ଼ିଥିଲେ। ସେତେବେଳେ ସଂସଦ ଦ୍ୱାରା ଗୃହୀତ ହୋଇଥିବା ବିଲକୁ ବିରୋଧ କରିବାକୁ ଯାଇ ବିଜେପି ଭୁଲ୍ କରିଥିଲା କି ବୋଲି ସୀତାରାମ ପ୍ରଶ୍ନ କରିଛନ୍ତି।
Government must listen to the people and take back CAA, NRC & NPR. (2/2) https://t.co/iyd2Ne2vMr
— Sitaram Yechury (@SitaramYechury) January 27, 2020
ସେହିପରି ଆଉ ଏକ ଟୁଇଟ୍ କରି ସୀତାରାମ କହିଛନ୍ତି, ସରକାର ଲୋକଙ୍କ କଥା ଶୁଣିବା ଦରକାର ଏବଂ ସିଏଏ, ଏନଆରସି ଏବଂ ଏନପିଆରକୁ ପ୍ରତ୍ୟାହାର କରିବା ଦରକାର।
ସୂଚନାଯୋଗ୍ୟ, ସିଏଏକୁ ନେଇ କଂଗ୍ରେସ ସମେତ ଅନେକ ଦଳ ସମାଲୋଚନା କରୁଛନ୍ତି। ହେଲେ ନିକଟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ହୋଇଥିବା ସିଏଏ ବିରୋଧୀ ବୈଠକରେ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ଯୋଗ ଦେଇନଥିଲା। ସେହିପରି ବିଏସଏପି ସୁପ୍ରିମୋ ମାୟାବତ୍ତୀ ମଧ୍ୟ ସିଏଏକୁ ବିରୋଧ କରି ଦେଖାଇ ହେଉଛନ୍ତି ବୋଲି କହିଥିଲେ।
ଅନ୍ୟପଟେ ସିଏଏ ଲାଗୁ କରି ସମ୍ବିଧାନର ନିୟମକୁ ମୋଦି ସରକାର ଭାଙ୍ଗିଛନ୍ତି ବୋଲି କଂଗ୍ରେସ କହିଆସୁଛି।
from Odisha Reporter https://ift.tt/36qI2go
No comments:
Post a Comment