ଅଫିସ କାମରେ ଯାଇ କନିଷ୍ଠ ଯନ୍ତ୍ରୀ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 6, 2020

ଅଫିସ କାମରେ ଯାଇ କନିଷ୍ଠ ଯନ୍ତ୍ରୀ ନିଖୋଜ

ଜୟପୁର (ଟି. ଗୌରିଶଙ୍କର ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି।  ତାଙ୍କ ନା ଏମ୍. ଭେଙ୍କଟ ରାଓ ।

ଗତକାଲି ଅଫିସ୍ କାମ ପାଇଁ ଏମ୍. ଭେଙ୍କଟ ହରଡ଼ାପୁଟ ଯାଇଥିଲେ। ସାଙ୍ଗରେ ଜୟପୁର RWSS ଏସ୍‌ଡିଓ ଓ ଠିକାଦାର ମଧ୍ୟ ଥିଲେ । ତେବେ ଫେରିଲା ବେଳେ ଜେଇଙ୍କ କୌଣସି ସୂଚନା ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ବି. ସିଂହପୁର ଥାନାରେ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍‌  ଘଟଣାର ତଦନ୍ତ ଜାରି ରଖିଛି । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରି ନ ଥିବା ଜଣାଯାଇଛି।

ଏସ୍‌ଡିଓ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ସମସ୍ତେ ଏକ ସଙ୍ଗା ହରଡ଼ାପୁଟ ଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀ କିପରି ନିଖୋଜ ହୋଇଗଲେ, ଅନ୍ୟମାନେ ଜାଣିପାରିଲେ ନାହିଁ କିମ୍ବା ତାଙ୍କୁ ଖୋଜିବାକୁ ଚେଷ୍ଟା କଲେ ନାହିଁ ତାହା ସମସ୍ତ ଘଟଣାକୁ ରହସ୍ୟ ଘେରରେ ରଖିଛି। ପୁଲିସ୍‌ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

 



from Odisha Reporter https://ift.tt/2N1vvsJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages