ଯେବେ କରୀନାଙ୍କୁ ଚାପୁଡ଼ା ମାରିଥିଲେ ବିପାଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 6, 2020

ଯେବେ କରୀନାଙ୍କୁ ଚାପୁଡ଼ା ମାରିଥିଲେ ବିପାଶା

ମୁମ୍ବାଇ: ବଲିଉଡ୍‌ର ସୁପର୍‌ ହଟ୍‌ ନାୟିକା ହେଉଛନ୍ତି ବିପାଶା ବାସୁ। ଦିନ ଥିଲା ଯେତେବେଳେ ସେ ନିଜ ବୋଲ୍ଡ ଅନ୍ଦାଜ୍‌ରେ ଫ୍ୟାନ୍‌ମାନଙ୍କୁ ଘାଇଲା କରୁଥିଲେ। ପ୍ରାୟ ନିର୍ମାତା ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଥିଲେ। ସେ ଅନେକ ହିଟ୍‌ ଫିଲ୍ମ ମଧ୍ୟ ଦେଇଛନ୍ତି।  ଆଜି ହେଉଛି ତାଙ୍କ ଜନ୍ମଦିନ। ଆଜି ସେ ୪୧ ବର୍ଷରେ ପାଦ ଥାପିଛନ୍ତି।

ବିପାଶା ୨୦୦୧ରେ ଫିଲ୍ମ ‘ଅଜନବୀ’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ବ୍ୟତୀତ କରୀନା କପୁର, ଅକ୍ଷୟ କୁମାର ଓ ବବି ଦେୱଲ୍‌ ଅଭିନୟ କରିଥିଲେ। ତେବେ ପ୍ରଥମ ଫିଲ୍ମରୁ ହିଁ ତାଙ୍କର କରୀନାଙ୍କ ସହ କ୍ୟାଟ୍‌ ଫାଇଟ୍‌ ଆରମ୍ଭ ହୋଇଯାଇଥିଲା, ଯାହା ଅନେକ ଦିନ ପର୍ଯ୍ୟନ୍ତ ଚାଲିଥିଲା। ଫିଲ୍ମର ଶୁଟିଂ ଚାଲିଥିବା ସମୟରେ ଦୁହିଁଙ୍କ ମଧ୍ୟରେ କଷ୍ଟ୍ୟୁମ୍‌କୁ ନେଇ ଝଗଡ଼ା ହୋଇଥିଲା। କରୀନାଙ୍କ ଡିଜାଇନର୍‌ ବିକ୍ରମ ଫଡନିଶ୍ ବିପାଶାଙ୍କୁ ତାଙ୍କ କଷ୍ଟୁମ୍‌ରେ ସାହାଯ୍ୟ କରିଥିଲେ। ଏହାକୁ ନେଇ କରୀନା ରାଗିଯାଇଥିଲେ ଓ ଦୁହିଁଙ୍କ ଭିତରେ ଜୋର୍‌ଦାର୍‌ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ବଢ଼ିଯାଇଥିଲା ଯେ କରୀନାଙ୍କୁ ବିପାଶା ଚାପୁଡ଼ା ବି ମାରି ଦେଇଥିଲେ।

ଏହା ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଦୁହେଁ ପରସ୍ପର ବିଷୟରେ ମିଡିଆ ସାମ୍ନାରେ ମଧ୍ୟ କହିବାକୁ ଲାଗିଲେ। ଏପରିକି କରୀନା ସର୍ବସମ୍ମୁଖରେ ବିପାଶାଙ୍କୁ ‘କଳା ବିଲେଇ’ ମଧ୍ୟ କହିଥିଲେ। ୨୦୧୨ରେ ବିପାଶା ଏକ ସାକ୍ଷାତକାରରେ ଏହି ବିଷୟରେ କହିଥିଲେ। ସେ କହିଥିଲେ ଯେ କରୀନା ଓ ତାଙ୍କ ଡିଜାଇନରଙ୍କ ମଧ୍ୟରେ କିଛି ସମସ୍ୟା ଥିଲା। ଆଉ କରୀନା ମୋତେ ତା’ଭିତରକୁ ଅଯଥାରେ ଟାଣିଥିଲେ। ଏହାପରେ ସେ କରୀନାଙ୍କ ସହ ଆଉ କେବେ କାମ କରିବେ ନାହିଁ ବୋଲି କହିଥିଲେ।

ଏହି ସାକ୍ଷାତକାର ପ୍ରକାଣିତ ହେବା ପରେ କରୀନା ମଧ୍ୟ ପାଲଟା ଜବାବ ଦେଇଥିଲେ। ସେ କହିଥିଲେ, “ମୋତେ ଲାଗୁଛି ଯେ ବିପାଶାଙ୍କୁ ନିଜ ଦକ୍ଷତା ଉପରେ ବିଶ୍ୱାସ ନାହିଁ। ସେ ଚାରି ପୃଷ୍ଠାଠାର ସାକ୍ଷାତକାରରେ ମୋ ବିଷୟରେ ୩ ପୃଷ୍ଠା କହିଛନ୍ତି। ସେ ନିଜ କାମକୁ ନେଇ କାହିଁକି କଥା ହୋଇନାହାନ୍ତି? ମୋତେ ଲାଗେ ଯେ ଏବେ ଯାଏ ବିପାଶାଙ୍କୁ ଯେତିକି ଲୋକପ୍ରିୟତା ମିଳିଛି, ତାହା କେବଳ ‘ଅଜନବୀ’ର ଶୁଟିଂ ସେଟ୍‌ରେ ଡିଜାଇନର୍‌ ବିକ୍ରମ ଫଡନିଶ୍‌ଙ୍କୁ ନେଇ ମୋ ସହ ହୋଇଥିବା ଝଗଡ଼ା ପାଇଁ ହିଁ ମିଳିଛି।”

ତେବେ ୨୦୦୮ରେ କରୀନା ସମସ୍ତ ପଛ କଥା ଭୁଲି ବିପାଶାଙ୍କୁ ଶୈଫ୍‌ଙ୍କ ଜନ୍ମଦିନ ପାର୍ଟିକୁ ନିମନ୍ତ୍ରଣ କରିଥିଲେ। ବିପାଶା ତାଙ୍କ ନିମନ୍ତ୍ରଣ ରକ୍ଷା କରିଥିଲେ ଓ ପାର୍ଟିକୁ ଆସିଥିଲେ। ସେବେଠୁ ଦୁହିଁଙ୍କ ମଧ୍ୟରେ ଥିବା ସମସ୍ତ ତିକ୍ତତା ଦୂର ହୋଇଯାଇଥିଲା। ପରେ ଉଭୟଙ୍କୁ ବହୁତ ପାର୍ଟି ଓ ପଙ୍କସନ୍‌ରେ ଏକାଠି  ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/36x7ykR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages