ଅକଲ୍ୟାଣ୍ଡ: ଆଜିଠାରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ ଆରମ୍ଭ ହେଉଛି। ଅକଲ୍ୟାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଟି-୨୦ରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅର୍ଥାତ ଘରୋଇ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବ। ଆଜି ମ୍ୟାଚ୍ରେ ସାମାନ୍ୟ ବର୍ଷା ହେବାର ଆଶଙ୍କା ଥିବାରୁ ବିରାଟ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ଆଜିର ମ୍ୟାଚ୍ରେ ଭାରତ ପକ୍ଷରୁ କୁଳଦୀପ ଯାଦବ, ନଭଦୀପ ସୈନି, ସଞ୍ଜୁ ସାମସନ, ରିଷଭ ପନ୍ତ ଓ ୱାଶିଂଟନ ସୁନ୍ଦର ଖେଳୁନାହାନ୍ତି। ସେହିପରି ଅଷ୍ଟ୍ରେଲିଆ ସିରିଜ ପରି ଏଥର କେଏଲ ରାହୁଲ ହିଁ ୱିକେଟ କିପିଂ କରିବେ। ଶୁଭମ ଦୁବେଙ୍କୁ ସୁଯୋଗ ମିଳିଛି। ଭାରତ ପକ୍ଷରୁ ୩ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ଶାମି ଖେଳୁଛନ୍ତି।
from Odisha Reporter https://ift.tt/3aGisXR
No comments:
Post a Comment