ନୂଆଦିଲ୍ଲୀ: ପ୍ରସିଦ୍ଧ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ ଆଜି ବିଜେପିରେ ଯୋଗଦେବେ। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି।
ତେବେ ଜଣେ କ୍ରୀଡ଼ାବିତ ହିସାବରେ ସେ ରାଜନୀତିକୁ ଆସିବାରେ ପ୍ରଥମ ନୁହନ୍ତି। ତାଙ୍କ ପୂର୍ବରୁ ବହୁ କ୍ରୀଡ଼ାବିତ ରାଜନୀତିରେ ପାଦ ଥାପିଛନ୍ତି। ସଦସ୍ୟ ସାଧାରଣ ନିର୍ବାଚନରେ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଅଲିମ୍ପିକ୍ରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ନେହୱାଲ ଦ୍ୱିତୀୟ ପ୍ରୟାସରେ କାଂସ୍ୟ ପଦକ ପାଇଥିଲେ। ୧୧ଟି ସୁପରସିରିଜ୍ ଟାଇଟଲ୍ ସହ ୨୪ ଅନ୍ତର୍ଜାତୀୟ ଟାଇଟଲ୍ ଜିତିସାରିଛନ୍ତି।
୨୦୧୫ ମସିହାରେ ସାଇନା ବିଶ୍ୱର ନମ୍ବର ୧ ବ୍ୟାଡମିଣ୍ଟନ୍ ଖେଳାଳି ହୋଇପାରିଥିଲେ। ଏହାପୂର୍ବରୁ ୨୦୦୯ରେ ସେ ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ବ୍ୟାଡମିଣ୍ଟନ୍ ଖେଳାଳି ହୋଇପାରିଥିଲେ। ତାଙ୍କର ବର୍ତ୍ତମାନ ରାଙ୍କ ୯ ରହିଛି।
ଦେଶର ଅଗ୍ରଣୀ କ୍ରୀଡ଼ାବିତଙ୍କ ମଧ୍ୟରେ ଅନ୍ୟତମ ସାଇନା। ବ୍ୟାଡମିଣ୍ଟନ୍କୁ ଭାରତରେ ଲୋକପ୍ରିୟ କରାଇବାରେ ତାଙ୍କୁ ଅନେକ ଶ୍ରେୟ ଦିଅନ୍ତି। ସେ ତୃତୀୟ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମ ଭୂଷଣ ସହ ଦୁଇ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପାଇସାରିଛନ୍ତି। ଦାନ ଓ ସମାଜସେବା କରୁଥିବା ଆଥଲେଟ୍ଙ୍କ ମଧ୍ୟରେ ତାଙ୍କ ସ୍ଥାନ ବିଶ୍ୱରେ ୧୮ ରହିଛି।
from Odisha Reporter https://ift.tt/2U4uuEJ
No comments:
Post a Comment