ଧର୍ମ ନାଁରେ ଦେଶ ବିଭାଜନ ଉଚିତ ନୁହେଁ: ବିଜେପି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 28, 2020

ଧର୍ମ ନାଁରେ ଦେଶ ବିଭାଜନ ଉଚିତ ନୁହେଁ: ବିଜେପି ବିଧାୟକ

ଭୋପାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଦିନ ସିଏଏକୁ ଏକ ‘ଐତିହାସକ ଭୁଲର ସଂଶୋଧନ’ କହିଛନ୍ତି, ଠିକ ସେହିଦନ ତାଙ୍କ ଦଳର ବିଧାୟକ ଓଲଟା ମତ ରଖିଛନ୍ତି। ମଧ୍ୟପ୍ରଦେଶର ବିଜେପି ବିଧାୟକ ନାରାୟଣ ତ୍ରିପାଠୀ କହିଛନ୍ତି, ଦେଶ ଧର୍ମ ଆଧାରରେ ବିଭାଜିତ ହୋଇପାରିବନାହିଁ, ଏହା ସମ୍ବିଧାନ ବିରୋଧୀ। ନାଗରିକତା ସଂଶୋଧନ ଆଇନ ବାବଦରେ ଗତ କାଲି ମୋଦି ଭାଷଣରେ କହିଥିଲେ, ଏହି ଆଇନ ବଳରେ ପଡ଼ୋଶୀ ଦେଶଗୁଡ଼ିକର ସଂଖ୍ୟାଲଘୁଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂର୍ଣ୍ଣ ହୋଇପାରିଛି।

ନାରାୟଣ ତ୍ରିପାଠୀ କହିଛନ୍ତି, “ପ୍ରଥମ କଥା ହେଉଛି ଆମେ ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନକୁ ଅନୁସରଣ କରିବା ଓ ସମ୍ମାନ ଦେବା ନା ଚିରିଦେବା? ସମ୍ବିଧାନରେ ସ୍ପଷ୍ଟ ଲେଖା ଅଛି ଏକ ଧର୍ମ ନିରପେକ୍ଷ ଦେଶର ଧର୍ମ ଆଧାରରେ ବିଭାଜନ ହେବନାହିଁ, ଏହା ସତ୍ତ୍ୱେ ଏପରି ହେଉଛି। ଗୋଟିଏ କଥା ପ୍ରମାଣିତ ହୋଇଯାଇଛି, ଆପଣ ସମ୍ବିଧାନର ସମର୍ଥନରେ ବା ବିରୋଧରେ।”

ସେ କହିଛନ୍ତି, ଲୋକେ ମୁହଁ ଚାହିଁବା ବନ୍ଦ କରିଦେଲେଣି। ମୋ ଗାଁର ମୁସଲିମମାନେ ଯେତେବେଳେ ଭେଟିଲେ ଶୁଭେଚ୍ଛା ଜଣାନ୍ତି, କିନ୍ତୁ ଆଜିକାଲି ଆମକୁ ଦେଖିବାକୁ ମଧ୍ୟ ଚାହୁଁନାହାନ୍ତି। ଏଭଳି ସ୍ଥିତିରେ ଶାନ୍ତି ଅସମ୍ଭବ। ଆମେ ବସୁଧୈବ କୁଟୁମ୍ବକମ୍ କଥା କହୁଛେ ଏବଂ ଧର୍ମ ଆଧାରରେ ବିଭାଜନ କରୁଛେ। ଗାଁ ଲୋକ ଏବଂ ସହରର ଗରିବ ଲୋକ ଆଧାର କାର୍ଡ ପାଇବା ଅସୁବିଧା ହୋଇପଡ଼ୁଛି, ନାଗରିକତା ପ୍ରମାଣିତ କରିବା ପାଇଁ ଲମାନେ ଡକ୍ୟୁମେଣ୍ଟ କେଉଁଠାରୁ ପାଇବେ।

ତେବେ ସିଏଏ ବିରୋଧରେ କହୁଛନ୍ତି ବୋଲି ସେ କଂଗ୍ରେସରେ ଯୋଗଦେବେ ଭାବିବା ଠିକ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି, ନା ମୁଁ କଂଗ୍ରେସ ଯିବାର ଅଛି ନା ବିଜେପି ଛାଡ଼ୁଛି। ସିଏଏ ଭୋଟ୍‌ବ୍ୟାଙ୍କ ପାଇଁ ଆସିଥିଲା ଯାହାକି ବିଜେପିକୁ ଫାଇଦା ଦେଉଛି। ଏହା ଦେଶକୁ ଫାଇଦା ଦେବାର ନାହିଁ।

ଗତ ବର୍ଷ ଜୁଲାଇରେ ତ୍ରିପାଠୀ ଏବଂ ଅନ୍ୟ ଜଣେ ବିଧାୟକ ଶରଦ କୋଲ୍‌ ବିଧାନସଭାରେ କଂଗ୍ରେସ ସପକ୍ଷରେ ଏକ ବିଲ୍‌ ପାଇଁ ଭୋଟ୍‌ ଦେଇଥିଲେ। ତେବେ କିଛି ଦିନ ପରେ ବିଜେପି ପ୍ରତି ବିଶ୍ୱସ୍ତ ଥିବା ପ୍ରମାଣ ଦେଇପାରିଥିଲେ।



from Odisha Reporter https://ift.tt/2U7m1AC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages