ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା

ବଣାଇ(ରଣଜିତ୍‌ ଚୌଧୁରୀ): ଅନ୍ଧ ବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗାଁରେ । ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ଭାବେ ହତ୍ୟା କରାଯାଇଛି । ମୃତା ମହିଳାଙ୍କ ନାଁ ବନ୍ଧନୀ ଓରାମ। ତାଙ୍କ ଘର ଟିକାୟତପାଲ୍ଲୀ ଗାଁରେ। ଅଭିଯୁକ୍ତର ନାଁ ରତିକାନ୍ତ ଓରାମ। ତେବେ ଏହି ଆକ୍ରମଣରେ ଜଣେ ଦେଢ଼ ବର୍ଷର ଶିଶୁ ମଧ୍ୟ ଗୁରୁତର ଆହତ ହୋଇଛି।

ସୂଚନା ଅନୁଯାୟୀ,ବନ୍ଧନୀ ତାଙ୍କ ଝିଅକୁ  ଟିକିରାପୋଷ ଗାଁରେ ବିବାହ ଦେଇଛନ୍ତି। ସେ ଝିଅକୁ ଦେଖିବା ପାଇଁ ବେଳେ ବେଳେ ତା’ ଶାଶୁ ଘରକୁ  ଯାଇଥାଆନ୍ତି। ହେଲେ ତାଙ୍କ ଝିଅର ଦିଅର ବନ୍ଧନୀଙ୍କ ଯିବା ଆସିବାକୁ ବିରୋଧ କରନ୍ତି। ଏମିତିକି ବନ୍ଧନୀ ଗୁଣିଗାରେଡ଼ି କରୁଥିବାରୁ ତାଙ୍କ ପରିବାର ଲୋକଙ୍କ ଦେହ ଭଲ ରହୁ ନଥିବା ରତିକାନ୍ତ ଅଭିଯୋଗ କରି ଆସୁଥିଲେ।   ଏହାସତ୍ତ୍ୱେ ଗତକାଲି ବନ୍ଧନୀ ତାଙ୍କ ଝିଅ ଘରକୁ ଆସିଥିଲେ। ରାତିରେ ସମସ୍ତେ ଖାଇ ସାରିବା ପରେ ଘର ବାହାରେ ନିଆଁ ଜାଳି ସେକି ହେଉଥିଲେ।

ଏହି ସମୟରେ ରତିକାନ୍ତ ଆସି ବନ୍ଧନୀକୁ ଦେଖି ପାଖରେ ଥିବା ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ହେଲେ ବନ୍ଧନୀ ପାଖରେ ଥିବା ରତିକାନ୍ତଙ୍କ ଦେଢ଼ବର୍ଷର ଭଣଜା ମଧ୍ୟ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପ୍ରଥମେ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ରତିକାନ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।

ଏନେଇ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2Nwqwk3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages