ବିମାନ ଘୋଟାଲାରେ ଚିଦାମ୍ୱରମଙ୍କୁ ଇଡିର ପଚରାଉଚରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 3, 2020

ବିମାନ ଘୋଟାଲାରେ ଚିଦାମ୍ୱରମଙ୍କୁ ଇଡିର ପଚରାଉଚରା

ନୂଆଦିଲ୍ଲୀ: ୟୁପିଏ ସରକାର ବେଳେ ଆଭିଏସନ ଘୋଟାଲାରେ ହୋଇଥିବା ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ଚିଦାମ୍ୱରମଙ୍କୁ ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପୂର୍ବରୁ ଚିଦାମ୍ୱରମ ଆଇଏନଏକ୍ସ ମିଡିଆ ମାମଲାରେ ଇଡି ଓ ସିବିଆଇ ଦ୍ୱାରା ଗିରଫ ହୋଇ ତିନି ମାସରୁ ଅଧିକ ସମୟ ତିହାର ଜେଲରେ ରହି ଜାମିନରେ ମୁକୁଳିଛନ୍ତି।

ଶୁକ୍ରବାର ଦିନ ପାଖାପାଖି ୬ ଘଣ୍ଚା ଧରି ଇଡି ଚିଦାମ୍ୱରମଙ୍କୁ ପଚରାଉଚରା କରିଥିଲା। ୨୦୦୯ରେ ୟୁପିଏ ସରକାର ଏୟାର ବସ ପାଖରୁ ୪୩ଟି ବିମାନ କିଣିଥିଲେ। ଏହି ବିମାନ କିଣିବା ନିଷ୍ପତ୍ତି ମନ୍ତ୍ରିମାନଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ନିଆଯାଇଥିଲା। ଏହି କମିଟରେ ଚିଦାମ୍ୱରମ ମୁଖ୍ୟ ଥିଲେ। ସେତେବେଳେ ସେ ଦେଶର ଅର୍ଥମନ୍ତ୍ରୀ ଥିଲେ। ବିମାନ କିଣିବା ବେଳେ ଏୟାରବସ୍‌ କମ୍ପାନୀ ୧୭୫ ନିୟୁତ ଡଲାର ଖର୍ଚ୍ଚରେ ବିମାନ ଚଳାଇବା ପ୍ରଶିକ୍ଷଣ, ମରାମତି, ମେଣ୍ଟେନାନ୍ସ କେନ୍ଦ୍ର ପ୍ରତିଷ୍ଠା କରିବା ନେଇ ସର୍ତ୍ତ ଥିଲା। କିନ୍ତୁ ବିମାନ କିଣା ଅର୍ଡ଼ରରେ ଏହି ସବୁ ସର୍ତ୍ତ ନଥିଲା।

ପୂର୍ବରୁ ଏହି ମାମଲାର ଏନସିପି ନେତା ତଥା ସେତେବେଳର ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ ପଟେଲଙ୍କୁ ଇଡି ଜେରା କରିସାରିଛି। ବିମାନ କିଣାବେଳେ ଦୀପକ ତଲଓ୍ୱାର ନାମକ ବ୍ୟକ୍ତି ପ୍ରଫୁଲ ପଟେଲଙ୍କ ସହ ସବୁବେଳେ ଯୋଗାଯୋଗରେ ଥିଲେ। ଗତବର୍ଷ ମାର୍ଚ୍ଚ ୩୦ରେ ଇଡି ପ୍ରଥମେ ଦୀପକ ତଲଓ୍ୱାରଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଥିଲା।

ଇଡି ଅଧିକାରୀ କହିଛନ୍ତି, ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଶୁକ୍ରବାର ଚିଦାମ୍ୱରମଙ୍କ ବୟାନକୁ ରେକର୍ଡ କରାଯାଇଛି। ଉଡାଣ ଯୋଜନାରେ କିଣା ହୋଇଥିବା ବିମାନ ଏବଂ ଅନ୍ତର୍ଜାତୀୟ ବିମାନର ବନ୍ଦରର ସମୟ ନିର୍ଦ୍ଧାରଣ ପାଇଁ ହୋଇଥିବା ଅନିୟମିତତା ବାବଦରେ ଚିଦାମ୍ୱରମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିଛି। ୟୁପିଏ ସରକାର ବେଳେ ମୋଟ୍ ୭୦ ହଜାର କୋଟି ଟଙ୍କାରେ ୧୧୧ଟି ବିମାନ କିଣା ହୋଇଛି। ଏଥିରେ ଅନିୟମିତତା ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ଚିଦାମ୍ୱରମ କହିଛନ୍ତି, ସେ ସରକାରଙ୍କ ନୀତି ଓ ନିଷ୍ପତ୍ତି ବାବଦରେ ମୁହଁ ଖୋଲୁଛନ୍ତି। ତେଣୁ ସରକାର ପ୍ରତିଶୋଧ ପରାୟଣ ହୋଇ ତାଙ୍କ ବିରୋଧରେ ବିଭିନ୍ନ ମାମଲା ରୁଜୁ କରୁଛନ୍ତି।



from Odisha Reporter https://ift.tt/39HX5Ft

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages